ଓଡ଼ଗାଁ, ୨୨।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ ଗାଁର ବୈଦିକ କର୍ମକାଣ୍ଡି ବ୍ରାହ୍ମଣ ତଥା ସୁନାମୁହିଁ ପଞ୍ଚାୟତର ତତ୍କାଳୀନ ବିଜେପି ସଭାପତି ପ୍ରାଣକୃଷ୍ଣ ତ୍ରିପାଠୀ (୬୩) ଙ୍କର ବ୍ରହ୍ମପୁରରେ ହୃଦଘାତରେ ଦେହାବସାନ ଘଟିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହିଲ୍ପାଟଣାରେ ଆୟୋଜିତ ଭାଗବତ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭାବେ ନିୟୁକ୍ତ ହୋଇ ସେ ବୁଧବାର ଦିନ ବୈଦିକ ବିଧିବିଧାନ ଅନୁସାରେ ହୋମ-ଯଜ୍ଞ ସମାପ୍ତ କରି, ଭାଗବତ କଥା ଶ୍ରବଣ ପରେ ରାତିରେ ନିବାସକୁ ଫେରୁଥିଲେ। ରାତି ପ୍ରାୟ ୧୨ଟା ସମୟରେ ହଠାତ୍ ତାଙ୍କ ଅସୁସ୍ଥତା ବଢ଼ିଯାଇଥିଲା। ସହଯୋଗୀମାନେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇଯାଇଥିଲେ। ଡାକ୍ତରମାନେ ଚିକିତ୍ସା କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ତ୍ରିପାଠୀଙ୍କ ଅକାଳ ବିୟୋଗରେ ଭାଗବତ ଅନୁଷ୍ଠାନର ଆୟୋଜକମାନେ ମ୍ରିୟମାଣ ହୋଇପଡ଼ିଥିବା ବେଳେ ସୁନାମୁହିଁ ଗାଁ ଓ ସମଗ୍ର ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କର ଶୋକସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post