ବଲାଙ୍ଗିର, (ଘନଶ୍ୟାମ ନାଗ) ୨୨/୦୧:- ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିନ ସକାଳେ ଜୟଦେବ କଳାସଂସଦ, ବଲାଙ୍ଗିର ପକ୍ଷରୁ ନୂତନ ମଞ୍ଚରେ ଭକ୍ତିସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହି ସମୟରେ ପୁରୁଣା ମଞ୍ଚରେ ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦେବେନ୍ଦ୍ର କୁମ୍ଭାର, ମହେଶ୍ଵର ଜାଲ, ରଞ୍ଜନ ପଟ୍ଟନାୟକ ଓ ଗୌରହରୀ ମହାପାତ୍ର ଯୋଗଦାନ କରିଥିଲେ। ଲୋକ ବାଦ୍ୟ ଏକକ ପ୍ରତିଯୋଗିତାରେ ଭୀମ ସୁନା, ଜଗଦିଶ ମହାକୁର, ଶଙ୍କର ଭଣ୍ଡା, ଚନ୍ଦନ କୁମ୍ଭାର, ବେଦ ଷାଣ୍ଡ, ଜଗମୋହନ ବାଗ, ଜକସନ କୁମ୍ଭାର ଓ ରାଜୀବ ତାଣ୍ଡି ଅଂଶଗ୍ରହଣ କରିଥିଲେ। ସେହିଭଳି ଦଳୀୟ ପ୍ରତିଯୋଗିତାରେ ଭୀମ ସୁନା ଓ ଦଳ, ଭବାନୀ ଶଙ୍କର କଳା ପରିଷଦ (ପୁଇଁନ୍ତଲା), କାର୍ତ୍ତିକ ନନ୍ଦ ଓ ଦଳ, ରଞ୍ଜନ ନାଗ ଓ ସାଥୀ (ଭଇଁଷା), କଳାକୃଷ୍ଣ ମହାନନ୍ଦ ଓ ସାଥୀ (ଲଡ଼ଙ୍ଗାଭଟା), କାଳିଆ ସୁନା ଓ ସାଥୀ (ଗଞ୍ଜାଭଡ଼ାର), ବରଭାଇ ଲନ୍ଥବୁଡ଼ା ଦୁଲଦୁଲି (ଗମ୍ଭାରୀ ଖୋଲ) ଓ ଫୁଲ ମାହେଶ୍ୱରୀ ଦଳ (ଟିକ୍ରାପଡ଼ା) ପ୍ରମୁଖ ଭାଗ ନେଇଥିଲେ। ସନ୍ଧ୍ୟା କାର୍ଯ୍ୟକ୍ରମରେ ଲୋକଉତ୍ସବ ସାଂସ୍କୃତିକ କମିଟିର ଆନୁକୂଲ୍ୟରେ ଆକାଶବାଣୀ କଳାକାରମାନଙ୍କ ଦ୍ଵାରା ଲୋକ ସଂଗୀତ ବିଚିତ୍ରା ନୂତନ ମଞ୍ଚରେ ପରିବେଷିତ ହୋଇଥିଲା।
ତୃତୀୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର ଡକ୍ଟର ବିଜୟାନନ୍ଦ ସେଠୀ (ଓ.ପ୍ର.ସେ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ପବିତ୍ରାନନ୍ଦ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳସଚିବ ହରପ୍ରସାଦ ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଅତିଥି କଳାକାର ବିପିନ ବିହାରୀ ଭୋଇ, ସହ ଅଧ୍ୟକ୍ଷ ମିଲି ବାରିକ, ଗୋବିନ୍ଦ ଶତପଥୀ ଓ ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ତୃତୀୟ ଦିବସର ଶୁଭ ଉଦଘାଟନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ସୁନାନିଙ୍କୁ ସମ୍ମାନିତ କରାଯାଇଥିଲା।
ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ଝାରଖଣ୍ଡର ସରାଇକେଲା ଛଉ, ମହାରାଷ୍ଟ୍ରର ଲାବଣି, କାଶ୍ମୀରର ରୌଫ ଓ ପଞ୍ଜାବର ଭାଙ୍ଗଡା ନୃତ୍ୟ ସହ ବଲାଙ୍ଗିର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ-ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post