କେନ୍ଦୁଝର, ତା୨୦/୧- କେନ୍ଦୁଝରର ସ୍ଥାନୀୟ ରୋଟାରୀ ଭବନ ଠାରେ କେନ୍ଦୁଝର ଜିଲ୍ଲା ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଲେଖିକା ସଂସଦ ଆନୁକୂଲ୍ୟରେ ବିଦ୍ୟୁତଲତା ବଳ ଚାରିଟେବଲ ଟ୍ରଷ୍ଟ ତରଫରୁ ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅପରାଜିତା ମିଶ୍ରଙ୍କୁ ବିଦ୍ୟୁତଲତା ବଳ ଶିକ୍ଷା ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଅପରାଜିତା ମିଶ୍ରଙ୍କୁ ମାନପତ୍ର, ଉପଢୌକନ ସହ ପୁଷ୍କଗୁଚ୍ଛ ପ୍ରଦାନ କରି ଅତିଥି ପ୍ରଶାସନିକ ଅଧିକାରୀ ଡ. ମମତା ରାଣୀ ନାୟକ ଏବଂ ସୁସାହିତ୍ୟିକା ସୌରନ୍ଧ୍ରୀ ସାହୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ସାନଦିଦି ଭାବରେ ସେ ପରିଚିତ ସଭିଙ୍କ ପାଖରେ। ସଂସଦର ସଂପାଦିକା ଇନ୍ଦୁମତୀ ପାତ୍ର ଏବଂ ଅନ୍ୟ ସଦସ୍ଯାଙ୍କ ସହ ଉପସ୍ଥିତ ତାଙ୍କର ପ୍ରାକ୍ତନ ଛାତ୍ରଛାତ୍ରୀ ଭିତରୁ ପ୍ରଜ୍ଞା ପ୍ରିୟଦର୍ଶନୀ ବଳ ଓ ନିରୁପମା ବେହେରା ପ୍ରିୟ ସାନଦିଦି ପୁରସ୍କୃତ ହେବା,ଏହା ସେମାନଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି କହିଥିବାବେଳେ ଅପରାଜିତା ମିଶ୍ର କହିଥିଲେ ପିଲାଙ୍କ ଭଲପାଇବା ହିଁ ମୋର ଅସଲ ଉପହାର।
Sign in
Sign in
Recover your password.
A password will be e-mailed to you.