ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ, ୫୦ରୁ ଊର୍ଦ୍ଧ୍ଵ ବରିଷ୍ଠ କବି ସ୍ଵରଚିତ କବିତା ପାଠ କଲେ

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ,ତାରିଖ-୨୦/୧/୨୬: ମାଲକାନଗିରି, ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆସନ୍ତା ଫେବୃଆରୀ ମାସ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି, ମାଲ୍ୟବନ୍ତ ଉତ୍ସବ ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଗତକାଲି ସ୍ଥାନୀୟ ସଂସ୍କୃତି ଭଵନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାର କାଲିମେଳା, ଚିତ୍ରକୋଣ୍ଡା, ପଡିଆ, ମାଲକାନଗିରି, କୋରକୁଣ୍ଡା, ମାଥିଲି, ଖଇରପୁଟ ସାତ ଟି ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ୫୦ ରୁ ଉର୍ଦ୍ଧ ବରିଷ୍ଠ ସୁନାମ ଧନ୍ୟ କବି ମାନେ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡର ଉପନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ଉପସ୍ଥିତ ରହି ସମସ୍ତ କବିଙ୍କୁ ପ୍ରମାଣ ପତ୍ର ଦେବା ସହିତ ସମ୍ମାନୀତ କରିଥିଲେ। ପୂର୍ବତନ ଓଡିଶା ସାହିତ୍ୟ ଏକାଡେମି ସଦସ୍ୟ ବନବାସୀ ଗବେଷକ ରତ୍ନାକର ଦାଶ ମଞ୍ଚ ପରିଚାଳନା କରିବା ସହ କବିତା ଗୁଡିକୁ ସଂଯୋଜନା କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.