
କେନ୍ଦୁଝର,ତା୨୦/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାରହାଟିପୁରା ଠାରେ ପୂଜାପାଉଥିବା ବାବା ନୀଳକଣ୍ଠେଶ୍ଵର ମନ୍ଦିର ପାଦ ଦେଶରେ ଆରମ୍ଭ ହୋଇଯାଇଛି ଐତିହାସିକ ମକରମେଳା। ଶହ ଶହ ଦୋକାନ ଧାଡ଼ିକି ଧାଡ଼ି ବସିଛି। ମେଳାପ୍ରେମୀ ମାନଙ୍କର ଭିଡ ଜମୁଛି। ଘଟଗାଁ ପୋଲିସ ପ୍ରଶାସନ ଓ ଢେଙ୍କିକୋଟ ପ୍ରେସ କ୍ଲବ ତରଫରୁ ମିଡିଆ ହାଉସ୍ ଲୋକ ମାନଙ୍କୁ ସୁରକ୍ଷା ଓ ସମ୍ପର୍କ ଯୋଡୁଛନ୍ତି। ମନ୍ଦିର କମିଟି, ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ, ସରପଞ୍ଚ, ସମାଜସେବୀ ମାନେ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ଵ ଦେଉଛନ୍ତି। ମନୋରଞ୍ଜନ ପାଇଁ ଅପେରା ଶୋ ଆସନ୍ତା ୨୩ ତାରିଖ ଠାରୁ ଆରମ୍ଭ ହେବ। ତତ ସହିତ ଦୋଳି, ମୀନାବଜାର ମେଳାପ୍ରେମୀଙ୍କୁ ଖୁସି ବାଣ୍ଟୁଛି। ଗାଡି ପାର୍କିଂ ପାଇଁ ସୁନ୍ଦର ସୁରକ୍ଷିତ ବ୍ୟବସ୍ଥା ହୋଇଛି। ଭୋଗ ଦୋକାନ ଲମ୍ବା ଲାଇନରେ ହୋଇଛି। ଆଗକୁ ଆହୁରି ୧୫ ଦିନ ମେଳା ଜମିବ। ମେଳାରେ ପରସ୍ପର ମଧ୍ୟରେ ସୁସମ୍ପର୍କ, ଭାଇଚାରା ଦେଖିବାକୁ ମିଳୁଛି।