ସରକାରୀ ଓକିଲ ନିଯୁକ୍ତ ପାଇବା ପରେ ଗୋଟିଏ ଦଳ ର ସଦସ୍ୟତା ଗ୍ରହଣ ଆଇନ ଅନୁଯାୟୀ ବେନିୟମ

2

.ସରକାରୀ ଓକିଲ ଓଡିଶା ସରକାରଙ୍କର ନା ବିଜେପି ଦଳର ନେଇ କଂଗ୍ରେସ ର ସାମ୍ବାଦିକ ସମ୍ବିଳନୀ l

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ, ତାରିଖ-୨୦/୧/୨୬: ଆଜି କଂଗ୍ରେସ କାର୍ଯ୍ୟାଳୟ, ମାଲକାନଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା. ବିଜେପି କାର୍ଯ୍ୟାଳୟରେ ସରକାରୀ ଓକିଲ ଭାବରେ ନବ ନିଯୁକ୍ତି ପାଇଥିବା କିଛି ବରିଷ୍ଠ ଓକିଲ ଦଳରେ ମିଶିଥିବା ଏବଂ ବିଜେପି ଦଳର ସଦସ୍ୟତା ଗ୍ରହଣ କରିଥିବା କେତେଦୂର ଗ୍ରହଣୀୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜି. ଶ୍ରୀନିବାସ ରାଓ ପ୍ରଶ୍ନ କରିଥିଲେ |ଜଣେ ସରକାରୀ ଓକିଲ ନିଯୁକ୍ତ ପାଇବା ପରେ କିପରି ସେ ଗୋଟିଏ ଦଳ ର ସଦସ୍ୟତା ଗ୍ରହଣ କରିପାରିବ.. ଆଇନ ଅନୁଯାୟୀ ଏହା ବେନିୟମ.ସରକାରୀ ଓକିଲ ଓଡିଶା ସରକାରଙ୍କର ନା ବିଜେପି ଦଳର ବୋଲି ଜିଲ୍ଲା ସଭାପତି ପ୍ରଶ୍ନ କରିଛନ୍ତି | ଆଗାମୀ ଦିନରେ ଏହି ବିଷୟକୁ ନେଇ ଆମେ ଆଇନର ଆଶ୍ରୟ ନେବୁ ବୋଲି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି | ଆଜିର ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଜି. ଶ୍ରୀନିବାସ ରାଓ. ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର. ବିଧାୟକ ଚିତ୍ରୋକୋଣ୍ଡା ମଙ୍ଗୁ ଖିଲ. ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଅନୁଗୁ.sc cell ସଭାପତି ପ୍ରାଣ କୃଷ୍ଣ ମଣ୍ଡଳ. ବରିଷ୍ଠ କଂଗ୍ରେସ ନେତା ଭିମା ବାର୍ଷେ. ପଦ୍ମ ପାଙ୍ଗି. ପ୍ରଭାକର ପାଳ. ପି. କେଶୁ ରାଓ. ପ୍ରମୋଦ ସେଠି. ପର୍ଶୁରାମ ଭକ୍ତ.. ଏବଂ ଦଳର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ |

Leave A Reply

Your email address will not be published.