ରାଷ୍ଟ୍ରଗୀତ ବନ୍ଦେ ମାତରମ ୧୫୦ବର୍ଷ ପାଳନ ଅବସରରେ ସାମୁହିକ ଗାନ ଅନୁଷ୍ଠିତ ।

2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ( ) ତା:୨୦-୦୧-୨୦୨୬ରିଖ ଦିନ ଗୁଣପୁର ପଞ୍ଚାୟତ ସମିତି ସ୍ତରୀୟ ବନ୍ଦେ ମାତରମ ସାମୁହିକ ଗାନ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର କୋଣ ଅନୁକୋଣରେ ଗୀତର ଭାବ ପହଞ୍ଚିବା ନିମନ୍ତେ ସାମୁହିକ ଗାନ କରାଯାଇଥିଲା । ଗୁଣପୁର ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସୁଦର୍ଶନ ଶବର ଯୋଗ ଦେଇଥିଲେ । ପଞ୍ଚାୟତ ସମିତି ସ୍ତରରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ, ବକ୍ତୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କ ପୁରସ୍କୃତ କରାଯାଇଥିଲା । ଡ଼ମ୍ବସରା ବାଳିକା ଉଚ୍ଚ ବିଦ୍ୟାଳୟ, ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ଭାରସିଂ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ । ବନ୍ଦେ ମାତରମ ଗୀତର ପ୍ରଶିକ୍ଷକ ଏମ କେଶବ ରାଓ, ଶେଷସାୟୀ ସେନାପତି, କମଳାକାନ୍ତ ଖୁଣ୍ଟିଆ ଗୀତର ଭାବର୍ଥ ବୁଝାଇ ଥିଲେ । ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ୱେତାଶ୍ରୀ ବାରିକ, ଯୋଗାଣ ନିରୀକ୍ଷକ ନିଖିଳ ମୋହନ ବସ୍ତିଆଙ୍କ ସମେତ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ, ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲ, ମରାଠିଗୁଡା ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟ, ଡ଼ମ୍ବସର ଉଚ୍ଚ ବାଳିକା ବିଦ୍ୟାଳୟ, ଡ଼ମ୍ବସର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚିନାସାରି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଯୋଗଦେଇ ସାମୁହିକ ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମଟିକୁ ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.