ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୨୦୦ ପିଲାଙ୍କ ପାଇଁ ଦଶମ ବୋର୍ଡ ପାଇଁ ଆବାସିକ ପ୍ରସ୍ତୁତି ।

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ, ତା ୨୦/୦୧ /୨୬:  ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଦଶମ ବୋର୍ଡ ୨୦୨୬ ପରୀକ୍ଷାରେ ଭଲ ଫଳାଫଳ ଆଣିବା ନିମନ୍ତେ ଚାଲିଥିବା ପ୍ରାଇଡ ଅଫ ମାଲ୍ୟାବନ୍ଧୁ କାର୍ଯ୍ୟକ୍ରମ ତହତ ଆବାସିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ଜାନୁଆରୀ ମାସ ୧୯ରୁ ୨୪ ମଧ୍ୟରେ ହେବାକୁ ଥ‌ିବା ଏହି କାର୍ଯ୍ୟକ୍ରମରେ ଆଜି ୪ ଟି କେନ୍ଦ୍ରରେ ଜିଲ୍ଲାରୁ ୨୦୦ ଚୟନିତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବଦ୍ଧନା ଉତ୍ସବ ପାଳନ ହୋଇଯାଇଅଛି । ମାଲକାଗିରି ବ୍ଲକର ୭୦ ଜଣ ପିଲାଙ୍କ ପାଇଁ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି-୭ରେ ସପ୍ତାହ ବ୍ୟାପୀ ରହିବା ଖାଇବା ଓ ପଢ଼ିବା ପାଇଁ ବ୍ୟବସ୍ଥା ହୋଇଥିଲା। ଯେଉଁଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥ୍ ବେହେରା, ଗୋଷ୍ଠୀ ଶିକ୍ଷା ଅଧୂକାରୀ ମମତା ସୋଏ, ପ୍ରଧାନ ଶିକ୍ଷକ ଇ ଈଶ୍ବର ରାଓ ଯୋଗ ଦେଇ ପିଲାଙ୍କୁ ଉଦ୍ଦେଶ୍ୟ ଓ ପ୍ରସ୍ତୁତି ବୁଝେଇଥିଲା ବେଳେ କାଲିମେଳା ଉଚ୍ଚ ବିଦ୍ୟାଳୟରେ ୫୦ ବିଦ୍ୟାର୍ଥୀଙ୍କୁ ଜିଲ୍ଲା ଶିକ୍ଷା ଅଧୂକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ନିଜେ ତତ୍ତ୍ବାବଧାନରେ ଶୁଭାରମ୍ଭ କରିଥିଲେ। ସେହିପରି ଅନ୍ୟ ବ୍ଲକ ପାଇଁ ପିଏମ୍ ଶ୍ରୀ ବାଲିମେଳା ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ଖଇରପୁଟରେ ୮୦ ଜଣ ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।

ସପ୍ତାହେ ବ୍ୟାପି ବିଷୟ ବିଶେଷଜ୍ଞ ସମ୍ପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ପିଲାଙ୍କ ମଧ୍ୟରେ ଅଭ୍ୟାସ ପ‌ତ୍ର କରେଇବେ। ପିଲାଙ୍କ ମନରେ ଯାହା ବି ଦ୍ବନ୍ଦ୍ବ ଅଛି ତାକୁ ସମାଧାନ କରେଇ ତାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରେଇବେ। ଗୋଷ୍ଠୀ ଶିକ୍ଷା ଅଧୂକାରୀ ଓ ପ୍ରଧାନ ଶିକ୍ଷକ ସ‌ହ ୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭଲ ପରୀକ୍ଷା ଫଳ ପାଇଁ ପ୍ରସ୍ତୁତି କରେଇବେ ।

Leave A Reply

Your email address will not be published.