(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଚତୁର୍ଦ୍ଧଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଉପଲକ୍ଷେ ଦଳଗତ ନୃତ୍ୟ ପ୍ରତିଯୋଗିତା, ଏକକ ନୃତ୍ୟ ପ୍ରତିଯୋଗିତା, ସଂଗୀତ ପ୍ରତିଯୋଗିତା ଓ ସ୍ମାର୍ଟ କିଡ଼ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ସମସ୍ତ ନୃତ୍ୟ ପ୍ରତିଯୋଗିତା ଓ ସଂଗୀତ ପ୍ରତିଯୋଗିତା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ରେ ହୋଇଥିବା ବେଳେ ସ୍ମାର୍ଟ କିଡ଼ସ ପ୍ରତିଯୋଗିତା କାନାକା ପରମେଶ୍ୱରୀ ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା. ଗୁଣୁପୁର କଳା ପରିଷଦ ର ସଭାପତି ଶ୍ରୀ କୈଳାସ ଦାସ,ଅଧ୍ୟାପକ ଡ଼. ପ୍ରଶାନ୍ତ ହୋତା ମିଳିତ ଭାବେ ସମସ୍ତ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ. ଦଳଗତ ନୃତ୍ୟ ଏବଂ ଏକକ ନୃତ୍ୟ କାର୍ଯ୍ୟକ୍ରମ ରେ ଶିକ୍ଷକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିବାବେଳେ ଅଶୋକ କର, ସୁରେଶ ପାଢ଼ୀ, ଅଶୋକ ଚୌଧୁରୀ, ଯସ୍ମିନ ମହାପାତ୍ର ପରିଚାଳନା କରିଥିଲେ. ସେହିପରି ସଂଗୀତ ପ୍ରତିଯୋଗିତା ରେ ଶିକ୍ଷକ ଦିଲ୍ଲୀପ ଚୌଧୁରୀ ମଞ୍ଚ ସଂଯୋଜନା କରିଥିଲେ. ନିଖିଲ ପାଢ଼ୀ, ସସ୍ମିତା ପଣ୍ଡା, ଜୟଶ୍ରୀ ଶତପଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ସମସ୍ତ ନୃତ୍ୟ ପ୍ରତିଯୋଗିତା ପାଇଁ ବିଚାରକ ଭାବେ ହରିଶ୍ଚନ୍ଦ୍ରଗୌଡ଼, ସ୍ଵାଗତିକା ରାଜଗୁରୁ, ଆନନ୍ଦ ରାଓ ଦାୟିତ୍ୱ ଗ୍ରହଣ କରିଥିଲେ. ସେହିପରି ସଂଗୀତ ପ୍ରତିଯୋଗିତା ପାଇଁ ଶିକ୍ଷକ ମନୋଜ କୁମାର ଜେନା ଏବଂ ବିଶିଷ୍ଟ ତବଲା ବାଦକ ଶେଖର ମହାରଣା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ସ୍ମାର୍ଟ କିଡ଼ସ ପ୍ରତିଯୋଗିତା ପାଇଁ ରାଜେଶ ବିଶ୍ୱାଳ, ଗୁଣୁପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଏୟୀଶ୍ବରୀୟା ଅଗ୍ନିହୋତ୍ରୀ ଏବଂ ପ୍ରିୟା ସିଂ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ସଂଜୀବ ପଟ୍ଟନାୟକ ଉପସ୍ଥିତ ରହି ପରିଚାଳନା କରିଥିଲେ. ସମସ୍ତ ଦଳଗତ ନୃତ୍ୟ ଓ ଏକକ ନୃତ୍ୟ ଆକର୍ଷଣୀୟ ଥିଲା. ସ୍ଥାନୀୟ କଣ୍ଠ ଶିଳ୍ପୀ ନିଜ ନିଜର ସୁ-ମଧୁର କଣ୍ଠରେ ଦର୍ଶକଙ୍କୁ ବିମୋହିତ କରିପାରିଥିଲେ. କୁନି କୁନି ପିଲାଙ୍କ ଦକ୍ଷତା ଓ ଚତୁରତା ରେ ଉପସ୍ଥିତ ଅଭିଭାବକ ଖୁସି ବ୍ୟକ୍ତ କରିଥିଲେ.ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଢଙ୍ଗରେ ସମ୍ପନ୍ନ ହୋଇପାରିଥିଲା.
Sign in
Sign in
Recover your password.
A password will be e-mailed to you.