ରାୟଗଡ:(ସରୋଜ କୁମାର ସାହୁ) ସ୍ଥାନୀୟ ବ୍ରାହ୍ମଣ ସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l ସଙ୍ଘ ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ରାୟଗଡ ପୌର ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ଯୋଗଦେଇ ସାଧାରଣତନ୍ତ୍ର କାହିଁକି ପାଳନ କରାଯାଏ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଠାରେ ଉପସ୍ଥାପନ କରିଥିଲେ l ଉକ୍ତ ବକ୍ତୃତା ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ଛାତ୍ରୀ ଗାଲ୍ଲଡି ଶ୍ରୁତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ସ୍ନେହଲତା କାଡ୍ରାକା ଦ୍ୱତୀୟ ଓ ଛାତ୍ରୀ ଜସ୍ମିନେ ବିଡ଼ିକା ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିଭଳି କନିଷ୍ଠ ବର୍ଗରେ ଛାତ୍ରୀ ଡିମ୍ପଲ କୁମାରୀ ମିନିଆକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ହାରିକା ମଣ୍ଡାଙ୍ଗୀ ଦ୍ୱତୀୟ ଓ ଛାତ୍ର ଆୟୁଷ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ l ନିମନ୍ତ୍ରିତ ଅତିଥିଙ୍କ ଦ୍ୱାର କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵନ୍ତନା ମୂଳକ ପୁରସ୍କାର ବିତରଣ କରାଯାଇଥିଲା l ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଉପସଭାପତି ସନ୍ତୋଷ ଲମତା,ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ଉପଦେଷ୍ଟା ଶ୍ରୀ କେ. କ୍ରିଷ୍ଣାମୂର୍ତ୍ତି , ସଭ୍ୟ ହରି ନାରାୟଣ ଦାସ , ଗିରି ଶେଖର ରଥ ଯୋଗଦେଇ ପରିଚାଳନା କରିଥିବା ବେଳେ ଉକ୍ତ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପାଳ, ବରିଷ୍ଠ ଶିକ୍ଷକ ଶିବ ରାମ ମିଶ୍ର ,ଶ୍ରୀମତୀ ପଦ୍ମାବତୀ ମିଶ୍ର , ଶ୍ରୀ ମୃତ୍ୟୁଞ୍ଜୟ ଶା, ଶ୍ରୀମତୀ ରଜନୀମଣି ଶତପଥୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.