ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଇଣ୍ଟେଲ ଉନ୍ନତି -ଡାଟା-ସେଣ୍ଟ୍ରିକ୍ ଏବଂ ଏ ଆଇ ଲ୍ୟାବର ଶୁଭ ଉଦ୍ଘାଟନ

2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର, ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଇଣ୍ଟେଲ ଉନ୍ନତି ଅଭିଯାନ ଅଧୀନରେ ଡାଟା-ସେଣ୍ଟ୍ରିକ୍ ଲ୍ୟାବ୍ ଇନ୍ ଇମର୍ଜିଂ ଟେକ୍ନୋଲୋଜିଜ୍ ଏବଂ କମ୍ପ୍ୟୁଟର ସାଇନ୍ସ ବ୍ଲକ୍ (ଲ୍ୟାବ–୨)ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲ୍ୟାବ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି ।ଏହି ପଦକ୍ଷେପ ଦ୍ୱାରା ଅଧ୍ୟାପକମାନେ ଆଧୁନିକ ଏଆଇ ଓ ଡାଟା-ଭିତ୍ତିକ ପ୍ରଯୁକ୍ତିରେ ବ୍ୟବହାରିକ ଜ୍ଞାନ ଲାଭ କରିପାରିବେ।ଏହି ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଏଡଗେଟ୍ ଟେକ୍ନୋଲୋଜିଜ୍ର ଶ୍ରୀ ଗୁରପ୍ରୀତ ସିଂହ, ଯୋଗଦେଇଥିବା ବେଳେ ଆଭାସି ମାଧ୍ଯମରେ ଏଚପିଇର ଶ୍ରୀ ହରପ୍ରସନ୍ନ ରଥ ଓ ଇଣ୍ଟେଲ ଉନ୍ନତିର ଶ୍ରୀ ଗିରିଶ ଯୋଗ ଦେଇ ଟେକ୍ନୋଲୋଜିର ଭବିଷ୍ୟତ ସମ୍ଭାବନା ଉପରେ ଆଲୋକ ପାତ କରିଥିଲେ। ବିଶ୍ୱବିଦ୍ୟାଳୟ ର ଉପକୁଳପତି ପ୍ରଫେସର ଡ଼.ଏ.ଭି.ଏନ୍.ଏଲ୍. ଶର୍ମା ଯୋଗଦେଇ ଶିଳ୍ପ–ଶିକ୍ଷା ସମନ୍ୱୟର ଗୁରୁତ୍ୱ ବିଷୟରେ କହିଥିଲେ।ରେଜିଷ୍ଟ୍ରାର ଡ଼.ଏନ୍.ଭି.ଜଗନାଧା. ରାଓ ଉପସ୍ଥିତ ଥିଲେ।କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିିନିୟରିଙ୍ଗ ବିଭାଗର ଡେପୁଟି ଡିନ
ଡ଼. କେ.ମୁରଲୀ ଗୋପାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ଥିଲେ ।ଏହି ଅବସରରେ ଏଡଗେଟ୍ ଟେକ୍ନୋଲୋଜିଜ୍ର ଶ୍ରୀ ସୁହାସ ଡିଙ୍କ ନେତୃତ୍ୱରେ “ଟ୍ରେନ୍ ଦ ଟ୍ରେନର” ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.