ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ ।

2

କାକଟପୁର ୨୦/୦୧(ପ୍ରକାଶ ଦାଶ) କାକଟପୁର ନିକଟସ୍ଥ ପର୍ଯ୍ୟଟନ ସ୍ଥଳୀ ଟଭାଗୋଲରାଗଡର ପରିବେଶ ପରିସ୍ଥିତି କୁ ଦ୍ରୁଷ୍ଟି ରେ ରଖି ପ୍ରାକୃତିକ ସୌନ୍ଦର୍ଯ୍ୟ ର ରକ୍ଷଣା ବେକ୍ଷଣ ନିମନ୍ତେ ସୋମବାର ଅପରାହ୍ନ ରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ଙ୍କ ତତ୍ଵବଧାନ ରେ ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାସେବୀ ଅନୁଷ୍ଠାନ, ବିଦ୍ୟାଳୟ ଛାତ୍ର, ଛାତ୍ରୀ ଏବଂ ଯୁବପୀଢ଼ି ମାନଙ୍କ ସହଭାଗିତାରେ ପ୍ଲାଷ୍ଟିକ ମୁକ୍ତ କରି ବାକୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ର, ଛାତ୍ରୀ ମାନେ ପ୍ଲାକ କାର୍ଡ ଧରି ସମାଜକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସଚେତନତା ରାଲି କରିଥିଲେ। ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ଯୋଗଦେଇ ଟଭାଗୋଲରାଗଡ , ଜାହାନିଆ, ମା କେଳୁଣୀ ପୀଠ, ଗଙ୍ଗାଦେବୀ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ କୁ ବଣଭୋଜି ପାଇଁ ଜିଲ୍ଲା ତଥା ରାଜ୍ୟର ଯେକୌଣସି ସ୍ଥାନରୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବଣଭୋଜି ସମୟରେ ପ୍ଲାଷ୍ଟିକ ଖଲି,ପାଣି ପାଉଚ, ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଛନ୍ତି ।ଏହି ସଚେତନତା କାର୍ଯ୍ୟକ୍ରମରେ ବନପାଳ କାଳୀ ଚରଣ ମହାନ୍ତି, ମାନସ ବେହେରା, ଟିକିନା ପ୍ରଧାନ, କୈଳାଶ ନାୟକ ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟଟନ ସ୍ଥଳୀ ଗୁଡିକ ପ୍ଲାଷ୍ଟିକି ମୁକ୍ତ ଓ ସଫାସୁତୁରା ହେଲେ ଆସୁଥିବା ପର୍ଯ୍ୟଟକମାନେ ଏକ ଭଲ ଭାବନା ନେଇ ଫେରିବେ ବୋଲି ସମସ୍ତ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା ରେ ବନବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.