ପଦମପୁର ଉପଖଣ୍ଡରେ ଡେପୁଟି କଲେକ୍ଟର ନିତୁଶ୍ରୀ ମେହେରଙ୍କ ବଦଳି : ବିଦାୟ ସମ୍ୱର୍ଦ୍ଧନା ଅନୁଷ୍ଠିତ।

3

ବଙ୍ଗୋମୁଣ୍ଡାରେ ବିଡ଼ିଓ ଭାବେ ଗ୍ରହଣ କରିବେ ଦାୟିତ୍ୱ ।

ପଦ୍ମପୁର(୧୯/୦୧):- ଶିବାଶିଷ ପଟ୍ଟନାୟକ (ଶା.ପ୍ର ):- ପଦମପୁର ଉପଖଣ୍ଡ ରେ କାର୍ଯ୍ୟରତ ଡେପୁଟି କଲେକ୍ଟର କୁମାରୀ ନିତୁଶ୍ରୀ ମେହେର ଆଜି ପଦ୍ମପୁର କାର୍ଯ୍ୟାଳୟରୁ ଔପଚାରିକ ଭାବେ ବିଦାୟ ନେଇଛନ୍ତି। ସେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀମତୀ ମେହେର ୨୦୨୩ ଡିସେମ୍ବର ମାସରେ ପଦମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଯୋଗଦାନ କରିଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ ସେ ପ୍ରତ୍ୟେକ ଦାୟିତ୍ୱକୁ ଗଭୀର ଦାୟିତ୍ୱବୋଧ, ସକ୍ରିୟତା ଓ ପ୍ରଶାସନିକ ଦକ୍ଷତାର ସହିତ ପାଳନ କରିଥିଲେ। ଜନସାଧାରଣଙ୍କ ସମସ୍ୟା ସମାଧାନ, ନିର୍ବାଚନ କାର୍ଯ୍ୟ, ଜାତୀୟ ଦିବସ ପାଳନ ଓ ଆପତ୍କାଳୀନ ପରିସ୍ଥିତି ପରିଚାଳନାରେ ସେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ।
ତାଙ୍କର ସହଜ, ସହଯୋଗୀ ଓ କର୍ମଠ ଶୈଳୀ ଯୋଗୁଁ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହ ସେ ଭଲ ସମ୍ପର୍କ ଗଢ଼ିପାରିଥିଲେ। ବିଦାୟ ସମୟରେ ଶ୍ରୀମତୀ ନିତୁଶ୍ରୀ ମେହେର କହିଥିଲେ, “ପଦମପୁର ମୋ ପାଇଁ କେବଳ ଏକ କାର୍ଯ୍ୟସ୍ଥଳ ନୁହେଁ, ବରଂ ଏକ ଶିକ୍ଷା ଓ ଅନୁଭବର କେନ୍ଦ୍ର। ଏଠାରେ କାମ କରିବା ସମୟରେ ଲୋକମାନଙ୍କ ଭଲପାଇବା ଓ ସହଯୋଗ ମୋତେ ସଦା ପ୍ରେରଣା ଦେଇଛି।” ପଦମପୁର ଉପଖଣ୍ଡ ପ୍ରଶାସନ ତାଙ୍କର ନୂତନ ଦାୟିତ୍ୱ ପାଇଁ ସଫଳତା କାମନା କରିଛି। ତାଙ୍କର ବିଦାୟ ସମ୍ବର୍ଦ୍ଧନା ସମୟରେ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀବୃନ୍ଦ ତଥା କାର୍ଯ୍ୟାଳୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.