ଉତ୍କଳୀୟ କୋଳି ସମାଜ ମହାସଭାର ପଞ୍ଚମ କାର୍ଯ୍ୟକାରିଣୀ ବୈଠକ

1

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସହରର ଆରାଧ୍ୟା ମାଆ ବ୍ରାହ୍ମଣ ଦେବୀ ପୀଠରେ ଉତ୍କଳୀୟ କୋଳି ସମାଜ ମହାସଭାର ପଞ୍ଚମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ସମାଜ ସଭାପତି ନୀଳମାଧବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ପ୍ରମିତା କୁମାରୀ ପାତ୍ର,ସମ୍ପାଦକ ସନ୍ତୋଷ କୁମାର ବେହେରା, ଯୁଗ୍ମ ସମ୍ପାଦକ ଗିରିଜା ଶଙ୍କର ପାତ୍ର, ଉପଦେଷ୍ଟା ଲୋକନାଥ ପାତ୍ର, ଅଞ୍ଚଳ ସଭାପତି କୈଳାସ ଚନ୍ଦ୍ର ପାତ୍ର, କମିଟି ସଦସ୍ୟ ଲୋକନାଥ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ବୈଠକରେ ବେଲଗୁଣ୍ଠା, ବୁଗୁଡା, ପୋଲସରା, ଆସିକା, ବ୍ରହ୍ମପୁର, ଭଞ୍ଜନଗର ଅଞ୍ଚଳର ସଭାପତି ଏବଂ କମିଟି ସଦସ୍ୟ ଉପସ୍ଥିତ ଥିଲେ I ଏହି ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅଞ୍ଚଳର ବୟୋଜ୍ୟେଷ୍ଠ ସଦସ୍ୟ ବନୱାରୀ ପାତ୍ର ଏବଂ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ I

Leave A Reply

Your email address will not be published.