ପଡିଆ ତା. ୧୮.୦୧.୨୦୨୬ – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ହିନ୍ଦୁ ସମ୍ମିଳନୀ ପଡିଆ ବ୍ଲକ ମୁଖ୍ୟ ପୁଜାରୀ ମୋହନ ବାହାଦୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛିା ଏହି ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ପୁଜାରୀ ଲବ ପଡିଆମି, ନନ୍ଦରାମ ନୁପା, କାଲିମେଳା ବ୍ଲକ ମୁଖ୍ୟ ପୁଜାରୀ ତେଲାମ ବୀମା, ପଡିଆ ବ୍ଲକ ଉପ ସଭାପତି ବିଜୟ ମାଢି, ସହପ୍ରାନ୍ତ ଶାରିରୀକ ପ୍ରମୁଖ ତଥା ମୁଖ୍ୟବକ୍ତା ସମ୍ବାରୁ ପଡିଆମି, କେ. ଏଙ୍କାୟା, ପଡିଆ ସରପଂଚ କାରାମ ଗଙ୍ଗା, ମାଟେରୁ ସରପଂଚ ଲଛମନ ମାଡକାମି ପ୍ରମୁଖଙ୍କ ସହ ସତାଧୀକ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲୋ ବିସେଷ କରି ଭାରତକୁ ସୁଦୃଢ ଏବଂ ହିନ୍ଦୁ ରାଷ୍ଟ୍ର ଗଠନରେ ବିଶ୍ୱ ହିନ୍ଦୁ ପରିଷଦର ଭୁମିକା ଗୁରୁତ୍ୱପୂର୍ଣ । ଭାରତବର୍ଷରେ ବସବାସ କରୁଥିବା ସମସ୍ତ ଭାରତୀୟ ଏକଜୁଟ ହୋଇ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ପରିଣତ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲୋ ବଙ୍ଗଳା ଦେଶରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାର ଏବଂ ହତ୍ୟା ଘଟଣାକୁ ଆଜିର ସମାବେଶରେ ନିନ୍ଦା କରା ଯିବା ସହ ଅନୁପ୍ରବେଶକାରୀ ବଙ୍ଗଳାଦେଶୀଙ୍କୁ ତୁରନ୍ତ ଚିହ୍ନଟ କରି ଦେଶରୁ ବିତାଡିତ କରିବା ପାଇଁ ଆଜିର ସମାବେଶରେ ଦାବି କରା ଯାଇଛିା ମାଲକାନଗିରି ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲ।। ଜିଲ୍ଲାରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଭାଇଚାରା ବଜାୟ ରଖିବା ସହ ଦେଶ ବାହାରୁ ଆସିଥିବା ଅନେକ ଛଦ୍ମବେଶୀ ମୁସଲମାନ ଓ ବଙ୍ଗଳାଦେସୀ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରି ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ଦୃଢସ୍ୱରରେ ସମସ୍ତେ ସହମତ ପ୍ରକାଶ କରିଥଇଲୋ