ପାନୀୟଜଳ ସହ ଅପରିସ୍କାର ପରିବେଶ ଯୋଗୁଁ ସହରବାସୀ ଅତିଷ୍ଟ, ଜିଲ୍ଲାପାଳଙ୍କୁ ଅଭି ଯୋଗ କଲେ ଆଇନଜୀବି ଓ ବୁଦ୍ଧିଜୀବି

2

ପୌର ପରିଷଦ ଅଂଚଳରେ ପାଇଖାନା ଟାଙ୍କିର ପାଇପ ଡେନ୍ କୁ ସଂ ଯୋଗ, 

ମାଲକାନଗିରି ତା. ୧୮.୦୧.୨୦୨୬ – ମାଲକାନଗିରି ଜିଲ୍ଲା ସଦର ପୌର ପରିଷଦ ଅଂଚଳରେ ୧୯ଟି ବାର୍ଡରେ ଅନେକ ବାସିନ୍ଦା ନିଜର ପାଇଖାନା ଟାଙ୍କିର ପାଇପ୍ କୁ ଡ୍ରେନ ସହ ସଂଯୋଗ କରିବା ଦ୍ୱାରା ଡ୍ରେନ ମଧ୍ୟରେ ଅନେକ ସ୍ଥାନରେ ବିଛା ଯାଇଥିବା ପାନୀୟ ଜଳ ପାଇପ୍ ମଧ୍ୟରେ ଏହି ଟାଙ୍କିର ଦୁର୍ଘନ୍ଧ ଜଳ ପ୍ରବେଶ କରୁଥିବାରୁ ପାନୀୟ ଜଳ ଦୁର୍ଗନ୍ଧମୟ ଓ ଦୁସିତ ହେଉଅଛିା ନିକଟ ଅତୀତରେ ମଧ୍ୟପ୍ରଦେଶର ଇନ୍ଦୋର ସହରର ଲାଖନା ଠାରେ ଏହିପରି ପାଇଖାନା ଜଳ ପ୍ରବାହିତ ହେବା ଦ୍ୱାରା ପାନୀୟ ଜଳ ଦୂସିତ ହୋଇ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲ।। ଏହି ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନଗର ନିଗମ, ପୌର ପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ ମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ କୌଣସି ପାଇଖାନାର ଦୁସିତ ପାଣି ଯେପରି ଡ୍ରେନ କୁ ଛଡା ନ ଯାଏ ସେଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପଦ କ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲୋ କିନ୍ତୁ ମାଲାକନଗିରି ପୌର ପରିଷଦ ନିର୍ୱାହୀ ଅଧିକାରୀ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନଥିବା ଯୋଗୁଁ ଦିନକୁ ଦିନ ସହରବାସୀ ଦୁସିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତିା ଏ ସମ୍ବନ୍ଧରେ ମାଲକାନଗିରି ସହରର ଆଇନଜୀବି ଦିଲିପ ପରିଛାଙ୍କ ସହ ଅନେକ ଆଇନଜୀବି ଓ ବୁଦ୍ଧିଜୀବି ମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭି ଯୋଗ କରିଛନ୍ତିା ଏ ସମ୍ବନ୍ଧରେ ମାଲକାନଗିରି ପୌର ପରିଷଦ ନିର୍ୱାହୀ ଅଧିକାରୀ ରାଜୀବଲୋଚନ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏପରି ଅଭି ଯୋଗ ମୁଁ ପାଇନାହିାଁ ଏ ସମ୍ବନ୍ଧରେ ପୌର ପରିଷଦର ସମସ୍ତ ବାର୍ଡ ସର୍ଭେ କରି ଯଦି ଏପରି କୌଣସି ବ୍ୟକ୍ତି ପାଇଖାନା ପାଇପ୍ କୁ ଡ୍ରେନ ସହ ସଂ ଯୋଗ କରିଥାନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ କା ର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଡ୍ରେନରୁ ପାଇପକୁ ହଟାଇବା ପାଇଁ ପଦ କ୍ଷେପ ଗ୍ରହଣ କରା ଯିବ ବୋଲି ପ୍ରକାଶ କରିଛନ୍ତିା

Leave A Reply

Your email address will not be published.