ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଜିହ୍ଵାପାକ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବିଶେଷତଃ ଶୀତଋତୁରେ କଫ, ପିତ୍ତ ବୁଦ୍ଧି ହୋଇ ଜୀବାଣୁ ସଂକ୍ରମିତ ହୁଏ, ଏହାଦ୍ୱାରା ଜିହ୍ଵା, ମୁଖ ଓଠ ସନ୍ଧି ଓ ତାଳୁ ପାକ ହୁଏ। ଜିହ୍ଵା ମୁଖ ସଫା ନରଖିଲେ, ଦୀର୍ଘଦିନ ରୋଗାଗ୍ରସ୍ତ ରହିଲେ ଓ ଶିଶୁ ମାନଙ୍କୁ ବୋତଲ କ୍ଷୀର ଦେଲେ ଏହି ରୋଗ ହୁଏ। ଏହାର ପରିଣାମ ଆମବାତ, ହୃଦୟ ରୋଗ ।ମୁଖ ସଫା ରଖି ଯାଇପତ୍ରୀ,ପିଜୁଳି ପତ୍ର, ନିର୍ଗୁଣ୍ଡି ପତ୍ର, ତୁଲସୀ ପତ୍ର ଯେକୌଣସି ଗୋଟିଏ ପତ୍ର ଚୋବାଇଲେ ବା ସିଝାଇ ବରମ୍ବାର କୁଳିକଲେ ଭଲ ହୋଇଯାଏ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ।ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ନକୁଳ ସାହୁ ଅନୁରୋଧ କରିଛନ୍ତି l ଫୋନ. 9861450612
Sign in
Sign in
Recover your password.
A password will be e-mailed to you.
Prev Post