କାକଟପୁର- ୧୯/୦୧ : କାକଟପୁର ବ୍ଲକ୍ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ଛୋଟରାୟପୁର ଗ୍ରାମ ନିକଟରେ ଏକ ଶାଗୁଆନ କାଠ ବୋଝେଇ ଗାଡ଼ିକୁ ଜବତ କରିଛି ଜଙ୍ଗଲ ବିଭାଗ। ରବିବାର ସକାଳୁ ଏହି ଶାଗୁଆନ କାଠ ଗଣ୍ଠିଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଥିବା କୌଣସି ଏକ ମିଲ୍କୁ ଚିରା ହେବାପାଇଁ ଯାଉଥିଲା । ଏହି ବେଆଇନ୍ କାଠ ପରିବହନ ସଂପର୍କରେ ବିଶେଷ ସୁତ୍ରରୁ ଖବର ପାଇ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିସା ମହାପାତ୍ର କାକଟପୁର- କୋଣାର୍କ ରାସ୍ତାର ଛୋଟରାୟପୁର ଗ୍ରାମ ନିକଟରେ କାଠ ଗାଡ଼ିଟିକୁ ଅଟକାଇ ଡ୍ରାଇଭର୍କୁ କାଠଚାଲାଣ ସଂପର୍କରେ ପଚରା ଉଚରା କରିଥିଲେ। ଶାଗୁଆନ କାଠ ପରିବହନ ବାବଦରେ କୌଣସି ସଠିକ୍ କାଗଜପତ୍ର ନଥିବାରୁ ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ମହାପାତ୍ର କାଠ ସହିତ ଟାଟା ଏସି ଗାଡ଼ି (ଓଡି ୦୫ ଏଏନ ୫୪୫୫)କୁ ଜବତ କରିଥିଲେ। ଏଠାରେ ସୂଚନାଯୋଗ୍ୟକି, ବନାଞ୍ଚଳ ଅଧିକାରୀ ଶ୍ରୀମତୀ ମହାପାତ୍ର ନିୟମିତଭାବେ ବେଆଇନ କରତକଳ, କାଠ ଚୋରା ଚାଲାଣକାରୀଙ୍କ ଉପରେ ଅତର୍କିତ ଚଢ଼ଉ କରିବା ଯୋଗୁ ସ୍ଥାନୀୟ ଅଞ୍ଚଳର କାଠ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Next Post