ବ୍ଲକ ସ୍ତରୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

3

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଶନିବାର ଦିନ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପାଞ୍ଚାୟତ ସମିତି ଊନ୍ନୟନ ଅଧିକାରୀ ପ୍ରିତା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପ୍ରିତା କୁମାର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ଏବଂ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଏବଂ ସେ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ ବିଭିନ୍ନ ପ୍ରକଳ୍ପଗୁଡିକରେ ଦୀର୍ଘମିଆଦି ଓ ଗୁଣାତ୍ମକ ମାନ ରକ୍ଷାକଲେ ଆମ୍ଭେମାନେ ୨୦୩୦ ମସିହା ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ସାଧନ କରିପାରିବା । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଉପନିର୍ଦେଶକ ଗୋଲକ ଚନ୍ଦ୍ର ଦଳାଇ, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ସୁଚିତ୍ରା ମାଝୀ ଏବଂ ପିରାମଲ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକ୍ରମ ମୁଖ୍ୟ ରାଜାରାମ ମଲ୍ଲିକ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନଟବର ଗରଡା, ତହସିଲଦାର, ଚିତ୍ରକୋଣ୍ଡା ଉପସ୍ତିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ସରକାରି ସେବାରେ ସମୟାନୁବର୍ତ୍ତୀ ହେବାପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଞ୍ଚାୟତ ସମିତିର ବିଭିନ୍ନ ଅଧିକାରୀ, କର୍ମଚାରୀ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ବାଗ ଓ ଯୋଜନା କାର୍ଯ୍ୟ।ଳୟର ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ପ୍ରଶିକ୍ଷଣ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମଟିର ପରିସମାପ୍ତି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.