ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି। ଉକ୍ତ ନିର୍ବାଚନ ରେ ନିର୍ବାଚନ ଅଧିକାରୀ ଭାବେ କେ. ଭେଙ୍କଟରାମନା, ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ଦୀନବନ୍ଧୁ ଜେନା ମଞ୍ଚାସୀନ ଥିଲେ।
ଏହି ନିର୍ବାଚନ ରେ ପ୍ରତିଦ୍ବନ୍ଦୀ ନଥିବାରୁ ମନୋନୀତ କରାଯାଇଥିଲା। ସଭାପତି ଭାବେ ବାଲା ରାଜୁ ପାଢି, ଉପସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ, ସମ୍ପାଦକ ଅଶୋକ କୁମାର ସାମଲ, ସହସମ୍ପାଦକ ଲଡୁ କିଶୋର ପଣ୍ଡା, ସଂଗଠନ ସମ୍ପାଦକ ଜୀବନ କୁମାର ମହାନ୍ତି, କୋଷାଧ୍ୟକ୍ଷ ଜୟଦେବ ରାଉଳ ଘୋଷିତ ହୋଇଥିଲେ।
ଉପଦେଷ୍ଟା ମଣ୍ଡଳୀରେ ଶିବପ୍ରସାଦ ପାତ୍ର,ବାଳକୃଷ୍ଣ ପାଢି, ରବିନ୍ଦ୍ର କୁମାର ମହାରଣା, କାର୍ଯ୍ୟ କାରିଣୀପରିଷଦରେ ଜଗନ୍ନାଥ ତିଆଡ଼ି, ବେଣୁ ପାଣି ଖାଡ଼ଙ୍ଗା, ଚିରଞ୍ଜିବୀ ମହାପାତ୍ର, ଗୌରତନ୍ଦ୍ର ପୂଜାରୀ, ଗିରି ଧାରୀ ପାଣିଗ୍ରାହୀ, ନବ କୁମାର ସାହୁ,ଏସ୍ ୱିରାସ୍ବାମୀ, ଅଭିମନ୍ୟୁ ବେହେରା, ନରସିଂହ ପାଠୀ, ପୂର୍ଣ୍ଣ ଚନ୍ଦ୍ର ସାହୁ (ଖ), ଗଣେଶ ଚନ୍ଦ୍ର ଜେନା, ଶ୍ରୀନିବାସ ପଣ୍ଡା ମନୋନୀତ ହୋଇଥିଲେ। ସଭାରେ ୬୦ରୁ ଉର୍ଦ୍ଧ ସଭ୍ୟ ଉପସ୍ଥିତ ଥିଲେ। ନିଶେଷରେ ଶ୍ରୀ ରାଉଳ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.