ସପ୍ତମ ଶେଣୀ ର ଦିବ୍ୟା ଭାରତୀ ପାଙ୍ଗିଙ୍କୁ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ଏବଂ ସ୍ୱତନ୍ତ୍ର ନବସୃଜନ ପୁରସ୍କାର

3

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରିର ଚିତ୍ରକୋଣ୍ଡାସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଆର୍.ଏସ୍.ସି. ୬ ର ସପ୍ତମ ଶେଣୀ ର ଦିବ୍ୟା ଭାରତୀ ପାଙ୍ଗି ନାମକ ଏକ ଛୋଟ ଆଦିବାସୀ ଝିଅ କୋଲକାତାର ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ଏବଂ ସ୍ୱତନ୍ତ୍ର ନବସୃଜନ ପୁରସ୍କାର ଜିତିଛି |
ଚାରିଆଡ଼େ ପାହାଡ ପର୍ବତ କୁ ଘେରି ରହିଥିବା ଆମର ଏହି ମାଲକାନଗିରି ଜିଲ୍ଲା ର ବିଚ୍ଛିନ୍ନାଞ୍ଚଳର ଭାବରେ ଯାଉଥିବା ଚିତ୍ରକୋଣ୍ଡା ବ୍ଲକ ର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଆର୍ ଏସ୍ ସି 6 ର ସପ୍ତମ ଶ୍ରେଣୀ ର ଜଣେ କୁନି ଆଦିବାସୀ ଝିଅ ଦିବ୍ୟାଭାରତୀ ପାଙ୍ଗି, ମ୍ୟାଜିକ୍ ଷ୍ଟିକ୍ ପ୍ରକଳ୍ପ କୁ ନେଇ ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, କୋଲକାତା ରେ ଭାଗନେଇ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ଏବଂ ସ୍ଵତନ୍ତ୍ର ନବସୃଜନ ପ୍ରକଳ୍ପ ପୁରସ୍କାର ଜିତିଛି. ଦିବ୍ୟାଭାରତୀ ଏହି ପ୍ରକଳ୍ପ କୁ ପ୍ରଥମେ ସ୍କୁଲ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇ ପରେ ବ୍ଲକ ସ୍ତରରେ ଓ ପରେ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ରେ କୃତକାର୍ଯ୍ୟ ହୋଇଥିଲେ। ପରେ 13 ଜାନୁଆରୀ ରୁ 16 ଜାନୁଆରୀ ଇଷ୍ଟର୍ଣ୍ଣ ଇଣ୍ଡିଆ ସାଇନ୍ସ ଫେୟାର୍ ରେ ଭାଗନେଇଥିଲେ , 4 ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀ ରେ କୋଲକାତା , ବିହାର, ଝାଡଖଣ୍ଡ, ଓଡିଶା, ଆଣ୍ଡମାନ ଓ ନିକୋବର ରୁ ପ୍ରତିଯୋଗୀ ମାନେ ଭାଗନେଇ ଥିଲେ, ଏଥିରେ ଦିବ୍ୟା ତାଙ୍କର ପ୍ରକଳ୍ପ ଯାହାକି ଥିଲା କୃଷକ ମାନେ କୃଷିକ୍ଷେତ୍ର କୁ ଗଲେ ସାପ, ବିଷାକ୍ତ କୀଟପତଙ୍ଗ ଙ୍କର କାମୁଡ଼ିବାର ଭୟ କୁ ଆଖିରେ ରଖି ଏକ ବାଡ଼ି କୁ ନେଇ କ୍ଷେତ କୁ ଯାଇଥାନ୍ତି, ସେଇ ବାଡ଼ି କୁ କିଛି ଉନ୍ନତି ଜ୍ଞାନ କୌଶଳୀ ବ୍ୟବହାର କରି ଭାଇବ୍ରେସନ୍ ଦ୍ଵାରା ସରୀସୃପ 5 ରୁ 6 ମିଟର ଦୂରରୁ ସତର୍କ କରିବା ଠୁ ଆରମ୍ଭ କରି ଏଥିରେ ଆଲୋକ ର ସମସ୍ଯା ପାଇଁ ଟର୍ଚ୍ଚ ଲାଇଟ୍, ବିପଦଜନକ ପରିସ୍ଥିତି ରେ ଏହା ସାଇରନ ସହିତ ନିଜର ଆତ୍ମୀୟ , ଆମ୍ବୁଲାନ୍ସ ଚାଳକ ଙ୍କ ପାଖକୁ ମେସେଜ ପଠାଇବା , କୃଷକ ର ସ୍ୱାସ୍ଥ୍ୟ ପାଇଁ ଔଷଧ ର ବ୍ୟବସ୍ଥା କରାଯାଇଥିବା ସ୍ଥଳେ, ଖାଲି ସମୟ ରେ କ୍ଷେତ କୁ ଜାଗିବା ପାଇଁ ପାଳଭୂତ ର ବ୍ୟବସ୍ଥା କରାଯାଇଛି । ଖରା ଓ ବର୍ଷା ରୁ ରକ୍ଷା ପାଇବା ପାଇଁ ଛତା ର ବ୍ୟବସ୍ଥା, ଓ ମହିଳା କୃଷକ ମାନେ ତାଙ୍କ ର ଶିଶୁ ଙ୍କୁ ସ୍ତନ୍ୟପାନ କରେଇବାକୁ ଏକ ମାତୃତ୍ୱ ଗୃହ ର ବ୍ୟବସ୍ଥା କରାଯାଇଛି । ହଜିଗଲେ ଏହାକୁ ପାଇବାକୁ ଜି.ପି.ଏସ୍ . ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ କୁ ପୂର୍ବରୁ ରାଜ୍ୟ ସ୍ତରୀୟ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରସଂଶା କରିଥିବା ବେଳେ, ଏବେ ଏହି ପ୍ରକଳ୍ପ ଜୋନାଲ ସ୍ତରରେ ମଧ୍ୟ ଚର୍ଚ୍ଚା ର ବିଷୟ ହେଇଚି । ସୂଚନାଥାଉକି ଗତବର୍ଷ ସେଇ ସ୍କୁଲ ରୁ ଆଉ ଜଣେ ଝିଅ ଲଳିତା ଖିଲ ନିଜର ନିରାପଦ ଡଙ୍ଗା ପ୍ରକଳ୍ପ କୁ ଜାତୀୟ ସ୍ତରରେ ଚମକେଇ ଥିବା ବେଳେ ଏବେ ଏହି କୁନି ଝିଅ ଦିବ୍ୟା । ଏହି ସଫଳତା ପଛରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଦେବବ୍ରତ ଦାସ ପଟ୍ଟନାୟକ ଙ୍କ ଭୂମିକା ରହିଛି ବୋଲି ଛାତ୍ରୀ କହିଛନ୍ତି। ଏହି ସଫଳତା ପାଇଁ ଦିବ୍ୟା ତାଙ୍କ, ପ୍ରଧାନ ଶିକ୍ଷକ ଡମ୍ବରୁଧର ଗୋଲରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଓ ନିଜର ପିତା ମାତା ଙ୍କ ସହ ସମସ୍ତ ଶିକ୍ଷକ ଙ୍କୁ ଜଣାଇଛନ୍ତି କୁନି ବୈଜ୍ଞାନିକ ଦିବ୍ୟା।

Leave A Reply

Your email address will not be published.