” ଆପ ଏକ ବିକଳ୍ପ ରାଜନୀତି ପାଇଁ ଅଭିଯାନ ଚଳାଇଛି”

0

ଆପ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ

ନୂଆପଡ଼ା(ଅମିତ କୁମାର ପୁରୋହିତ) :  ୨୦୧୯ ସିଂହାସନ ଅକ୍ତିଆର କରିବାକୁ ନେଇ   ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ରଣନୀତି ଆରମ୍ଭ କରି ଦେଇଥିବାବେଳେ ଆମ ଆଦମୀ ପାର୍ଟି ମଧ୍ୟ  ପଛରେ ପଡିନାହିଁ ।ସଦର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନଗର ସ୍ଥିତ  ଆପ୍ ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ ନିର୍ବାଚନୀ ବିଗୁଲ ବଜାଇଛନ୍ତି । ପୂର୍ବାହ୍ନରେ ନୂଆପଡ଼ା ଜିଲ୍ଲା ସଭାପତି ରଙ୍ଗାଧର ମାଝି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏକ ବୈଠକରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟଅତିଥି, ରାଜ୍ୟ ସମ୍ପାଦକ ଅଂଶୁମାନ ଶତପଥୀ, ଜିଲ୍ଲା ଯୁବ ସଙ୍ଗଠନ ସମ୍ପାଦକ ହିତେଶ ପାଣ୍ଡେ, ସୁରେଶ ଆଚାରୀ ପ୍ରମୁଖ ମଂଚାସୀନ ଥିଲେ ।  ଜିଲ୍ଲାରେ ଦଳର ସ୍ଥିତିକୁ ନେଇ ସମୀକ୍ଷା କରାଯାଇଥିଲା । ରାଜ୍ୟର ସବୁଠାରୁ ସକ୍ରିୟ ସଙ୍ଗଠନ ଚଳାଇଥିବା ନୂଆପଡ଼ା ଜିଲ୍ଲାର କର୍ମକର୍ତ୍ତାମାନଙ୍କୁ ରଜ୍ୟ ସଭାପତି ଶ୍ରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏଥରେ ନୂଆପଡ଼ା ର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଛିଡା କରିବାରକୁ ଯୋଜନା କରିଥିବାର ନିଷ୍ପତ୍ତି ଶୁଣାଇଥିଲେ । ଦଳ ଏକ ବିକଳ୍ପ ରାଜନୀତି ପାଇଁ ଅଭିଯାନ ଚଳାଇଛି । ରାଜ୍ୟ ତଥା ଦେଶରେ ରାଜନୈତିକ ସମୀକରଣକୁ ବଦଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । ଜିଲ୍ଲା ରାଜନୈତିକ ଚିନ୍ତାଧାରା ନ ନେଇ ସାଧାରଣ ଲୋକମାନଙ୍କ ସମସ୍ୟାକୁ ନେଇ କାମ କରିବାକୁ ପରାମର୍ଶ କରିଥିଲେ । ସେହିଭଳି ଜିଲ୍ଲାରେ କେତେକ ଆଚଂଳିକ ଏବଂ ଜାତୀୟସ୍ତରୀୟ ଦଳ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ନାଁରେ ଭ୍ରମିତ କରୁଥିବାରୁ ଏହାର କଡା ଜବାବ ଦେବାକୁ ରାଜ୍ୟ ସମ୍ପାଦକ ଶତପଥୀ କହିଥିଲେ । ସୂଚନାଯୋଗ୍ୟ ଯେ, ବିଜେଡି ଛାଡି ଆମ ଆଦମୀ ପାର୍ଟିରେ ପ୍ରାଥମିକ ସଦସ୍ୟତା ନେବାକୁ ଆସିଥିବା ରାଜ୍ୟ ସଭା ସଦସ୍ୟ ଏ.ଭି ସ୍ୱାମୀଙ୍କ ପୁତ୍ର ସୁରେଶ କୁମାର ଆଚାରୀ ବିଜେଡିର ରାଜନୀତିକୁ ତୀବ୍ର ବିରୋଧ କରିଥିଲେ । ଆମକୁ ଋଣଗ୍ରସ୍ତ କରି ଚାଷୀ, ଶ୍ରମିକଙ୍କୁ ଶୋଷଣ କରୁଥିବା ସରକାର ବୋଲି ନିନ୍ଦା କରିଥିଲେ । ସେଥିରେ ଶ୍ୱାସରୁଦ୍ଧ ହୋଇ ବାହାରି ଆସିଛନ୍ତି । ବର୍ତ୍ତମାନ କେଜରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ ବୋଲି ବୈଠକରେ ସ୍ପଷ୍ଟ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ । 

Leave A Reply

Your email address will not be published.