ଭାବପ୍ରବଣତାରେ ଭିଜିଲା ଟିକିରି ଆଇଆଇସି ବିଶ୍ଵବନ୍ଦିନୀ ବାଗଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

3

ଟିକିରି ରୁ ବୈକୁଣ୍ଠ ଦୁରିଆ:ଟିକିରି ଥାନାର IIC ବିଶ୍ୱବନ୍ଦିନୀ ବାଗ ଙ୍କ ବଦଳି ସହ ଟିକିରି ଅଞ୍ଚଳରେ ଗଭୀର ଶୂନ୍ୟତା ଅନୁଭୂତ ହେଉଛି। ଜଣେ କଠୋର ପୋଲିସ ଅଧିକାରୀ ନୁହେଁ, ବରଂ ଜଣେ ମାନବିକ, ସମ୍ବେଦନଶୀଳ ଓ ଅଞ୍ଚଳବାସୀଙ୍କ ଆପଣଙ୍କ ଲୋକ ଭାବେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ।
ସାମ୍ବାଦିକମାନଙ୍କ ତରଫରୁ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାଡାମ IIC ନିଜ ଭାବନାକୁ ଅଟକାଇ ପାରିନଥିଲେ। ସାମ୍ବାଦିକମାନଙ୍କ ସମ୍ମୁଖରେ ତାଙ୍କ ଆଖିରେ ଲୁହ ଦେଖି ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ।
ତାଙ୍କ କାର୍ଯ୍ୟକାଳରେ ଟିକିରି ଥାନା କେବଳ ଆଇନର କେନ୍ଦ୍ର ନୁହେଁ, ବରଂ ନ୍ୟାୟ ଓ ମାନବିକତାର ଏକ ଆଶ୍ରୟସ୍ଥଳ ଭାବେ ପରିଚିତ ହୋଇଥିଲା। ତାଙ୍କ ବିଦାୟରେ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ବିଶ୍ୱବନ୍ଦିନୀ ବାଗ ଙ୍କ ପରି IIC ଟିକିରି ପାଇଁ ପୁଣି ମିଳିବା ଅତ୍ୟନ୍ତ କଷ୍ଟକର।
ଏହି ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ରତ୍ନାକର ନାଏକ, ଚନ୍ଦ୍ରଶେଖର ପାତ୍ର, ବୈକୁଣ୍ଠ ଦୁରିଆ, ପ୍ରଫୁଲ୍ଲ ବେହେରା, ହୃଷିକେଶ ସାହୁ, ଡମ୍ବରୁ ବେହେରା ଓ ରଞ୍ଜନ ବିଡ଼ିକା ଉପସ୍ଥିତ ଥିଲେ।
ବିଶ୍ୱବନ୍ଦିନୀ ବାଗ ଙ୍କ ବିଦାୟ ସହିତ ଟିକିରି ଆଜି ଜଣେ ନିଜ ଲୋକକୁ ହୋରାଇଥିବା ଭାବନାରେ ନିରବ ହୋଇଯାଇଛି।

Leave A Reply

Your email address will not be published.