ପଦ୍ମପୁର/ଶିବାଶିଷ ପଟ୍ଟନାୟକ (ଶା:ପ୍ର):– ତା.୧୭/୧: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ମାନନୀୟା ଶ୍ରୀମତୀ ମମତା ନାୟକ ଉପଖଣ୍ଡ ଥାନା ଭାରପ୍ରାପ୍ତ ଅଧିକାରୀ, ମୁଖ୍ୟ ବକ୍ତା ଭାବରେ ମାନନୀୟା ଶ୍ରୀମତୀ ତାପିନୀ ପଣ୍ଡା ଜୀବବିଜ୍ଞାନ ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର,ପୂର୍ବତନ ଅବିଭାବିକା ସୁଶ୍ରୀ ମମତା ଗୁରୁ ଅର୍ଥନୀତି ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ମାନନୀୟା ଶ୍ରୀମତୀ ମୋନାଲିସା ସ୍ୱାଇଁ ମାତୃ ଭାରତୀ ନିର୍ଦ୍ଦେଶିକା ,ଜୀବବିଜ୍ଞାନ ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ,ଗୋଲାପୀ ବେହେରା ଆଦର୍ଶ ଜେଜେମା ପ୍ରଭୃତି ମଞ୍ଚାସୀନ ଥିଲେ ।ମାତୃଭାରତୀର ସଦସ୍ୟାମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମା ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶ୍ରୀମତୀ ମୋନାଲିସା ସ୍ୱାଇଁ ଉଦ୍ଦେଶ୍ୟ କଥନ, ସପ୍ତଶକ୍ତିର ଜାଗରଣ,ନାରୀ ମଧ୍ୟରେ ଥିବା ୭ଟି ଶକ୍ତି,ଇତିହାସ ଓ ପୁରାଣରେ ନାରୀର ଭୂମିକା,ଦେଶର ବିଭିନ୍ନ କ୍ଷେତ୍ର ରେ ନାରୀର ଭୂମିକା,ନାରୀ ମଧ୍ୟରେ ଥିବା ଶକ୍ତି ର ଠିକ୍ ଉପଯୋଗୀତା,ଶ୍ରୀମତୀ ମମତା ନାୟକ ଶିଶୁର ସୁରକ୍ଷାରେ ପିତାମାତାଙ୍କ ଭୂମିକା,ଶିଶୁର ଚରିତ୍ର ଗଠନ ରେ ମାଆ ର ଭୂମିକା,ଟ୍ରାଫିକ ନିୟମ ପାଳନ ଓ ହେଲମେଟର ସଦୁପଯୋଗ ଉପରେ ମାର୍ଗଦର୍ଶନ କରିଥିଲେ ।ଶ୍ରୀମତୀ ମମତା ଗୁରୁ ଭାରତର ବିକାଶ ରେ ନାରୀର ଭୂମିକା,ସମାଜ ଓ ଶିଶୁ ଗଠନରେ ମାଆର ଭୂମିକା, ମୋବାଇଲ ବ୍ୟବହାରର କୁପ୍ରଭାବ,ଶିକ୍ଷାର ପ୍ରକୃତ ମହତ୍ତ୍ଵ,ବର୍ତ୍ତମାନ ପରିସ୍ଥିତିରେ ସଂଯୁକ୍ତ ପରିବାରର ଆବଶ୍ୟକତା, ନାରୀ ସଶକ୍ତିକରଣ ର ପ୍ରକୃତ ଅର୍ଥ,ବିଜ୍ଞାନର ଉନ୍ନତିରେ ମୁନି ଋଷିଙ୍କ ଭୂମିକା ଉପରେ ଦିଗଦର୍ଶନ ଦେଇଥିଲେ ।ଶ୍ରୀମତୀ ତାପିନୀ ପଣ୍ଡା କୁଟୁମ୍ବ ପ୍ରାବୋଧନରେ ନାରୀର ଭୂମିକା,ସ୍ୱଦେଶୀ ଜିନିଷର ବ୍ୟବହାର,ଶିଶୁର ଭଲ ଗୁଣ ପ୍ରତି ଧ୍ୟାନ ଦେବା,ଆଧ୍ୟାତ୍ମିକ ଶିକ୍ଷାର ବୈଜ୍ଞାନିକତା କର୍ମ ଓ ଜ୍ଞାନର ମହତ୍ତ୍ଵ, ନାରୀ ମଧ୍ୟରେ ସପ୍ତଶକ୍ତି ର ଜାଗରଣ,ନାରୀର ପ୍ରକୃତ ପରିଚୟ ଉପରେ ଆଲୋଚନା କରିଥିଲେ । ଭାରତୀୟ ସଂସ୍କୃତି ଉପରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମକୁ ମମତା ଗଡତିଆ ଗୁରୁମା ପରିଚାଳନା କରିଥିଲେ ।ନବମ ଶ୍ରେଣୀର ଭଉଣୀମାନେ ବିରଙ୍ଗନାମାନଙ୍କ ଅଭିନୟ ପ୍ରଦର୍ଶନ କରିଥିଲେ ।ଶିଶୁ ଭାଇ ଭଉଣୀମାନେ ରାମାୟଣ ନୃତ୍ୟ ନାଟିକା ପ୍ରଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ମାତୃଭାରତୀକୁ ସମ୍ବୋଧିତ କରି ନିଜ ଭିତରେ ଥିବା ସପ୍ତଶକ୍ତିକୁ ଜାଗ୍ରତ କରି ସମାଜର ଉନ୍ନତିରେ ସହଯୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ ।ମାତୃଭାରତୀର ସଭାପତି ଶ୍ରୀମତୀ ରୁକ୍ମଣୀ ସାହୁ ଅନୁଭୂତି କଥନ କହିଥିଲେ ।ଶ୍ରୀମତୀ ସୁଜାତା ତ୍ରିପାଠୀ ଗୁରୁମା ସଂକଳ୍ପ କଥନ କହିଥିଲେ । ବିଦ୍ୟାମନ୍ଦିରରେ ୨୦୦ ଜଣ ଅଭିଭାବିକା ସପ୍ତଶକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଶ୍ରୀମତୀ ଚିତ୍ରା ଖର୍ସେଲ ଗୁରୁମା ସଂଯୋଜନା କରିଥିଲେ । ଶ୍ରୀମତୀ କଲ୍ୟାଣୀ ମିଶ୍ର ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମାଙ୍କ ତତ୍ତ୍ଵାବଧାନରେ ମାତୃଭାରତୀ ସଦସ୍ୟା ତଥା ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.