ମୁଣ୍ଡପୋତା କେଳା ପରିବାରଙ୍କୁ ଶୀତ ବସ୍ତ୍ର ପ୍ରଦାନ

3

ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳରେ ଅନେକ ବର୍ଷଧରି ରହିଆସୁଥିବା ମୁଣ୍ଡପୋତା କେଳା ଅଥବା ମାଟିଆ କେଳା ” ମାଙ୍କୁ” ଜନଜାତି ପରିବାରଙ୍କୁ ସପ୍, କନ୍ଥା ଓ କମ୍ବଳ ବଣ୍ଟନ କରାଯାଇଛି। ଯାଯାବରଙ୍କ ପରି ଜୀବନ ବିତାଉଥିବା ଏହି ପରିବାର କେବଳ ଜୀବନ ବଞ୍ଚାଇବା ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ପୂରଣ ହେଲେ ଖୁସି ହୁଅନ୍ତି। ମାଟି ଭିତରେ ଦୀର୍ଘ ସମୟ ଧରି ନିଜ ମୁଣ୍ଡ ପୋତି ଦର୍ଶକ ମାନଙ୍କଠାରୁ ଯାହା ପାଆନ୍ତି ସେଥିରେ ନିଜର ଗୁଜୁରାଣ ମେଣ୍ଟାଇବା ସହିତ ବର୍ଷା ଋତୁରେ ଜଙ୍ଗଲରୁ ପିଠୋଳ (ଏକ ଆଳୁ ଜାତୀୟ ଦ୍ରବ୍ୟ) ଯାହା ଭୂଇଁ ତଳେ ଥାଏ ତାକୁ ଖୋଳି ଆଣି ବଜାରରେ ବିକ୍ରି କରି ଚଳନ୍ତି। ବର୍ତ୍ତମାନର ସମାଜ ଠାରୁ ଦୂରେଇ ରହନ୍ତି।ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ରାଜ୍ୟ ସରକାରଙ୍କ ” ଆସ ସ୍କୁଲ ଯିବା ” ଅଭିଯାନ ମାଧ୍ୟମରେ “ଉଲ୍ଲାସ” ଯୋଜନା ମାଧ୍ୟମରେ ସାକ୍ଷର ସହିତ ଶିକ୍ଷା ପ୍ରତି ସଚେତନ ସୃଷ୍ଟି କରାଇବା ନିମନ୍ତେ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି।

Leave A Reply

Your email address will not be published.