ଏକଲବ୍ୟ ଆର୍ଟ ଆଣ୍ଡ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ,

2

ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଜୀବନାନନ୍ଦ ପଣ୍ଡା, କୁନାଲ୍ ପଟ୍ଟନାୟକ ଥିଲେ ମୁଖ୍ୟ ଆକର୍ଷଣ

ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏକଲବ୍ୟ ଆର୍ଟ ଆଣ୍ଡ୍ ଡ୍ୟାନ୍ସ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ୨୦୨୫/୨୬ ସ୍ଥାନୀୟ ବ୍ଳକ୍ ରୋଡ୍ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ସନ୍ଧ୍ୟାରେ ବନମାଳୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ଗାଁ ତହସିଲଦାର ଡ.ମାନସରଞ୍ଜନ ଭୋଇ,ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଓ ଖେଳମଣିଷ ଦିବାକର ନାୟକ, ସମ୍ମାନିତ ଅତିଥି ଭାବରେ ଚଳଚ୍ଚିତ୍ର,ମଞ୍ଚ ଓ ଦୂରଦର୍ଶନର ବରିଷ୍ଠ ଅଭିନେତା ଜୀବନାନନ୍ଦ ପଣ୍ଡା,ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା କୁନାଲ୍ ପଟ୍ଟନାୟକ, ବରିଷ୍ଠ କ୍ରାଇମ୍ ରିପୋର୍ଟର୍ ଜିତେନ୍ଦ୍ର କୁମାର ସାହୁ ଓ ପ୍ରକୃତିବନ୍ଧୁ ଶିକ୍ଷକ ପଞ୍ଚାନନ ପଣ୍ଡା ମଞ୍ଚାସୀନ ଥିଲେ।ଚିତ୍ରକଳାରେ ୩୭ ଜଣ ଏବଂ ଡ୍ୟାନ୍ସରେ ୪୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଗଜାନନ ବନ୍ଦନା ସଂଗୀତର ତାଳେ ତାଳେ ଲାଇଭ ପେଣ୍ଟିଙ୍ଗ କରି ମୋନାଲିସା ମହାପାତ୍ର ଅତିଥିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବାବେଳେ ଚିତ୍ରକଳା ପ୍ରଦର୍ଶନୀର ସାଇସିଦ୍ଧି ମିଶ୍ରଙ୍କ ସୁନ୍ଦର କଳାକୃତ୍ତିକୁ ସିନେ ତାରକା ଜୀବନାନନ୍ଦ ପଣ୍ଡା ୫୦୦/- ଟଙ୍କା ଦେଇ କିଣିନେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବହୁ ଉଚ୍ଚକୋଟୀର ହୋଇଥିଲା।ଗୁରୁ ଅରବିନ୍ଦ ବାରିକ, ଶାବରୀ ପରମଗୁରୁ,ବାପିନା ଜେନା, ଆକାଶ ମହାପାତ୍ର ଓ ଶ୍ରୀକାନ୍ତ ମହାପାତ୍ରଙ୍କୁ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଡ୍ୟାନ୍ସ ନିର୍ଦ୍ଦେଶକ ସଙ୍ଗୀତା ଦେବୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ। ଅଂଶଗ୍ରହଣକାରି ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଶିକ୍ଷକ ଭାବଗ୍ରାହୀ ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ସ୍ୱରୁପ ରଞ୍ଜନ ମିଶ୍ର ଓ ରଞ୍ଜନ କୁମାର ଦାଶ ସହଯୋଗ କରିଥିଲେ।ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଏକଲବ୍ୟ ଦାଶ ପରିଚାଳନା କରିଥିଲେ।

Leave A Reply

Your email address will not be published.