ଓଡ଼ଗାଁ ପୋଲିସର ଅପରେସନ ଷ୍ଟ୍ରାଇକ୍, ୧୦ ଲିଟର ଦେଶୀ ମଦ ସହିତ ଜଣେ ମହିଳା ଗିରଫ

2

୪୦ରୁ ୫୦ ବିଭିନ୍ନ ପ୍ରକାରର ଗାଡ଼ି ଧରପଗଡ,ଅମାନିଆ ସାବାଡ

ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ତରଫରୁ ଅପରେସନ ଷ୍ଟ୍ରାଇକ୍ ଚାଲୁ ରହିଥିବା ବେଳେ ଶନିବାର ସୁନାମୁହିଁ ଚାରିଛକରୁ ୧୦ ଲିଟର ବେଆଇନ ଦେଶୀ ମଦ ଜବତ ସହିତ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ଗିରଫ ମହିଳା ଜଣକ ହେଲେ ଓଡ଼ଗାଁ ଥାନା ସୁନାମୁହିଁ ପଞ୍ଚାୟତ ସୁନାମୁହିଁ ଗ୍ରାମର କୃପାସିନ୍ଧୁ ପ୍ରଧାନଙ୍କ ସ୍ତ୍ରୀ ହାଡ଼ିଆଣୀ ପ୍ରଧାନ(୪୫)। ଏତଦବ୍ୟତୀତ ଓଡ଼ଗାଁ ପଲିଟେକନିକ୍ ଏବଂ ଆରଡ଼ା ଛକରେ ବିଭିନ୍ନ ପ୍ରକାର ବେଆଇନ ଭାବେ ଗାଡ଼ି ବ୍ୟବହାର ଏବଂ ବେଆଇନ୍ ଗାଡ଼ି ଚାଳନା ଉପରେ ଅଙ୍କୁଶ ଲଗାଇବା ସହିତ ୪୦ରୁ ୫୦ ଚାଲାଣ କଟା ଯାଇଛି। ଆଗାମୀ ଦିନରେ ଅପରେସନ ଷ୍ଟ୍ରାଇକ୍ ଓ ସ୍ପେସିଆଲ ଡ୍ରାଇଭ୍ ମାଧ୍ୟମରେ ଓଡ଼ଗାଁ ପୋଲିସ ଅମାନିଆଙ୍କୁ ସାବାଡ କରିବା ପାଇଁ ଆଇନଗତ ଭାବେ ଏହା ଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

Leave A Reply

Your email address will not be published.