ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୧୭.୦୧:- ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଲି ପଞ୍ଚାୟତର ଦନ୍ଦ୍ରାବହାଲ ଗ୍ରାମସ୍ଥିତ ହାଇସ୍କୁଲରେ ଆଜି କିଛି ଅସାଧୁ ଓ ସ୍ୱାର୍ଥନେଶୀ ବ୍ୟକ୍ତି ବିଶେଷ ଯୋଜନାବଦ୍ଧ ଭାବେ ସକାଳ ପ୍ରାୟ ୧୦ଟା ସମୟରେ ସ୍କୁଲ ଖୋଲିବା ପୂର୍ବରୁ ମୁଖ୍ୟ ଗେଟରେ ତାଲା ଲଗାଇ ସ୍କୁଲକୁ ବନ୍ଦ କରିଦେଇଥିଲେ।
ଘଟଣା ପରେ ସ୍କୁଲ ପରିବେଶ ଅଶାନ୍ତ ହେବାରୁ ପ୍ରଧାନ ଶିକ୍ଷକ ତତ୍କ୍ଷଣାତ୍ ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି କୌଣସି ଅଘଟଣ ଘଟିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା। ପୋଲିସର ଉପସ୍ଥିତି ଯୋଗୁଁ ଉତ୍ତେଜନା ଆୟତ୍ତ ହୋଇଥିବା ଜଣାପଡ଼ିଛି। ଅପର ପକ୍ଷେ, ଦନ୍ଦ୍ରାବହାଲ ଗ୍ରାମର ଦଳିତ ସମ୍ପ୍ରଦାୟର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରଧାନ ଶିକ୍ଷକ ଜଣେ ଦଳିତ ସମ୍ପ୍ରଦାୟର ହେବାରୁ କିଛି କୁଚକ୍ରୀ ଗୋଷ୍ଠୀ ଜାତିଆଣ ମନୋଭାବ ନେଇ ତାଙ୍କ ବିରୋଧରେ ଷଡଯନ୍ତ୍ର ଚଳାଇଛନ୍ତି। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ପ୍ରଧାନ ଶିକ୍ଷକ ଜଣେ ଛାତ୍ରବତ୍ସଳ ଓ ଦାୟିତ୍ୱବାନ ଶିକ୍ଷକ। ତାଙ୍କର ବ୍ୟବହାର ଏବଂ ପାଠପଢ଼ା ପ୍ରତି ଦୃଷ୍ଟିକୋଣ ସ୍କୁଲ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ସେମାନେ କହିଛନ୍ତି।
ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ମାଝୀ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି। ଏହା ପରେ ଉତ୍ତକ୍ତ ଗୋଷ୍ଠୀ ଆନ୍ଦୋଳନରୁ ଓହରିଯାଇଥିବା ଜଣାପଡ଼ିଛି। ଶିକ୍ଷା ପରିବେଶକୁ ଅଶାନ୍ତ କରିବା ଚେଷ୍ଟାକୁ ନେଇ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଉଠିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ପକ୍ଷ ପାଟଣାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିଲା।
Sign in
Sign in
Recover your password.
A password will be e-mailed to you.
Prev Post