
ବେଲଗୁଣ୍ଠା – (ଶିବରାମ ଚୌଧୁରୀ )-: ଆଜି ବିଦ୍ୟାଳୟ ସ୍ତରୀୟ ପ୍ରଥମ ପିଏମଶ୍ରୀ ଉତ୍ସବ ବେଲଗୁଣ୍ଠା ଜି.ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସାଂସଦ ପ୍ରତିନିଧି ନାରାୟଣ ସାହୁ,ବେଲଗୁଣ୍ଠା ଏନ ଏ ସି ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ରଜକିଶୋର ମହାରଣା, ତନରଡ଼ା ସି ଆର ସି ସି ମନୋଜ ପଟ୍ଟନାୟକ ଯୋଗ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ ହରି ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କାଉନସିଲର ଦିବ୍ୟରଞ୍ଜନ ଦାଶ ଓ ପ୍ରଦୀପ ସେଠୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଏହି ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚ ପଦବୀ ରେ ଯୋଗଦାନ ସହ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ଯୋଜନା ମାଧ୍ୟମରେ ପିଲାମାନଙ୍କୁ ବିଭିନ୍ନ ବହୁମୂଖୀ ତଥା ମୂଲ୍ଯବାନ ଶିକ୍ଷାଦାନ ପଦ୍ଧତି ଆପଣେଇ ପିଲାମାନଙ୍କୁ ଆହୁରି ବିକଶିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।ଏହାପରେ ମୁଖ୍ୟ ଅତିଥି ଙ୍କ ସହିତ ସମସ୍ତ ବରେଣ୍ୟ ଅତିଥିଗଣ ସାହିତ୍ଯ ସୃଜନୀ ,କୌଶଳୀ ,ଜିଜ୍ଞାସା ଓ କ୍ରିଡାଙ୍ଗନା କ୍ଲବ ର ପିଲାମାନଙ୍କ ଦ୍ଵାରା ତିଆରି କରାଯାଇଥିବା ଆକର୍ଷଣୀୟ ହସ୍ତଶିଳ୍ପ ଏବଂ ପ୍ରୋଜେକ୍ଟ ଗୁଡିକ ବୁଲି ଦେଖିଥିଲେ ।ଏହି ଯୋଜନା ର ନିୟମାବଳୀ ଅନୁସାରେ ଦୋକାନ ଯାତ୍ରା ବା ପିଏମଶ୍ରୀ ବିଜନେସ ସମିଟ ରେ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ଫୁଡ଼ ଷ୍ଟଲ ,ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ “ମୋ ଖତ” ଷ୍ଟଲ ,ପ୍ରଦୀପ ମହାରଣା ଙ୍କର ଏହି ସହର ର ଗର୍ବ “ପିତ୍ତଳ ମାଛ ” ର କାରିଗରୀ ,ଭଞ୍ଜନଗର “ସ୍କାଏ ଆଟୋମୋବାଇଲ”,ବିନୋଦ ପତି ଙ୍କ ଦ୍ଵାରା “ହସ୍ତଶିଳ୍ପ ପ୍ରଦର୍ଶନୀ” ଏବଂ ବେଲଗୁଣ୍ଠା “ଉତ୍କଳ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି” ଇତ୍ୟାଦି ଷ୍ଟଲ ଗୁଡିକ ଦେଖି ବିଧାୟକ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଶେଷରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ,ବିଜୟଲକ୍ଷ୍ମୀଶରଣପୁର ର ଛାତ୍ରୀ ମାନଙ୍କର ନୃତ୍ୟ ପରିବେଷଣ କରା ଯାଇଥିଲା ଏବଂ ଫ୍ଯାନ୍ସି ଡ୍ରେସ ପ୍ରତିଯୋଗୀତା ଆଦି ଦର୍ଶକ ମାନଙ୍କୁ ବିଭୋର କରିଥିଲା ।