ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

3

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହର ରେ ଅବସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଓ ଆଜି ଦୁଇ ଦିନ ଧରି ଚାଲିଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ନିର୍ଦେଶକ ଡଃ ହୃଷୀକେଶ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏତଦବ୍ୟତୀତ ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ଶିକ୍ଷା ଅଧିକାର, ସ୍କୁଲ ପରିସରରେ ଅବସ୍ଥିତ ସିଟି ଟ୍ରେନିଂ ସ୍କୁଲ୍ ର ଅଧ୍ୟକ୍ଷା ରଶ୍ମିତା ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ରାମାୟଣ,ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ରକ୍ତ ଚରିତ୍ର, ମାଁ ମାଗେ ମମତା ଭଳି ବହୁ ସୁନ୍ଦର ମନଛୁଆଁ ଅନୁଷ୍ଠିତ ହୋଇଥିଲା।ଏଥି ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ପ୍ରଦାନ କରାଯାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍କାଉଟ୍ ଗାଇଡ୍ ଛାତ୍ରୀ, ବିଭିନ୍ନ ବର୍ଗର ଶିକ୍ଷୟତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଙ୍କ ପୁର୍ଣ୍ଣ ସହଯୋଗ ରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Leave A Reply

Your email address will not be published.