ଅପରେସନ ‘ଗୋ ରକ୍ଷକ’: ଗୋମାଫିଆଙ୍କ ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ ହେବ,ସାନ୍ତରାପୁର ଗୋମାଫିଆଙ୍କ ଘରେ ସକାଳୁ ଚଢାଉ।

3

କେନ୍ଦୁଝର,ତା୧୭/୧- ଗୋ ଚାଲାଣ ଏବେ କେନ୍ଦୁଝରରେ ବଢ଼ି ଯାଇଥିଲା। ଦିନବେଳେ ଗୋରୁ ଚାଲାଣ ହେଉଥିଲା ଗୋ ମାଫିଆ ପୋଲିସକୁ ଆକ୍ରମଣ କଲେ ଗାଡ଼ି ମଧ୍ୟ ଚଢେଇ ଦେଲେ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ସବୁବେଳେ ଚର୍ଚ୍ଚାରେ ରହୁଥିଲା ଏଠାରୁ କୋଟି କୋଟି ଟଙ୍କାର ଚୋରା କାଠ ଜବତ ହୋଇଥିଲା। ରାଜନୈତିକ ଛାତ୍ର ଛାୟା ତଳେ କାଠ ବେପାର ସହ ଗୋଚାଲାଣ ହେଉଥିଲା ବୋଲି ଅଭିଯୋଗ ଆସେ। ସରକାର ପରିବର୍ତ୍ତନ ପରେ ଗୋ ମାଫିଆ ଏଠାରେ ପଟ ପରିବର୍ତ୍ତନ କରିଥିଲେ। ତେବେ ଆଜିର ଚଢାଉ ଅନ୍ୟ ପ୍ରକାରର ଥିଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକରଙ୍କ ନିର୍ଦ୍ଦେଶରେ ସକାଳୁ ଆଜି ଚଢ଼ାଉ ହୋଇଥିଲା ତାଙ୍କ କହିବା ଅନୁସାରେ କେନ୍ଦୁଝର ଜିଲା ସମେତ ଅନ୍ୟ ପାଞ୍ଚ ଜିଲ୍ଲାରେ ଏହି ଗୋମାଫିଆ ସକ୍ରିୟ ଥିଲେ। ଜିଲ୍ଲାରେ ଗୋଚାଲାଣ ବେଳେ ଧରି ୫୦ରୁ ଅଧିକ ମାଫିଆଙ୍କ ନାମରେ କେଶ୍ ରେଜିଷ୍ଟର ହୋଇଛି। ଏମାନେ ଏପରି କାରବାର କରି କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି। ସେହି ମାଫିଆମାନେ ପୁଲିସକୁ ଆକ୍ରମଣ କରିବା, ପୋଲିସ ଉପରେ ଗାଡି ଚଳାଇଦେବା,ଗୁଳି କରିବା ପରି କେଶରେ ସାମିଲ ଅଛନ୍ତି। ସଂଗଠିତ ଅପରାଧ ଲାଗି ବିଏନଏସ ଧାରା ୧୧୨ ଅନୁସାରେ ଅପରାଧ ନିୟମ ଲାଗୁକରି ଆଜି ଭୋର୍ ସମୟରେ ସାନ୍ତରାପୁର ଠାରେ ଗୋମାଫିଆ ଘରେ ଚଢ଼ାଉ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୋଲିସ ବାହିନୀର ବଡ ବଡ ଅଧିକାରୀଙ୍କ ସମେତ ବଡବିଲ ଏସଡିପିଓ ଦେବେନ୍ଦ୍ର ପିଙ୍ଗୁଆ, ବଡବିଲ ଥାନା ଅଧିକାରୀ ଅଶୋକ ନାୟକ, ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ, କ୍ଷୀରୋଦିନି ନିଆଲଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ପୋଲିସ ପଦାଧିକାରୀ, ପୋଲିସ କନେଷ୍ଟବଳମାନେ ମଧ୍ୟ ସାମିଲ ହୋଇଥିଲେ। ସାନ୍ତରାପୁର ଗ୍ରାମରେ ଥିବା ୫ରୁ ଅଧିକ ମାଫିଆଙ୍କ ଘରେ ରେଡ୍ ହୋଇଥିଲା ନଅ ଜଣଙ୍କୁ ଅଟକ ରଖା ଯାଇଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ୧କୋଟି ୪୦ ଲକ୍ଷ ଟଙ୍କା ନଗଦ , ୧ କେଜି ସୁନା ଓ ୩ କେଜି ରୂପା ଅଳଙ୍କାର ଜବତ କରାଯାଇଛି l ତତ ସହିତ କିଛି ଗୋରୁ ଓ ଗୋରୁ ବୋହିବା ଗାଡିକୁ ଜବତ କରାଯାଇଛି। କିଛି ମାଫିଆ ଭୟରେ ଫେରାର ହୋଇଯାଇଥିବା ଜଣାପଡିଛି। ମୋଟ ୧୧ଟି ଚାରିଚକିଆ ଗାଡ଼ି ସହ ୧୩ଟି ଦୁଇ ଚକିଆ ଗାଡି ଧରାଯାଇଛି ଏଥି ସହ ଅନେକ ବ୍ୟାଙ୍କ୍ ଆକାଉଣ୍ଟ ଓ ଅନ୍ୟାନ୍ୟ ଆକାଉଣ୍ଟ ଖାତାକୁ ପୋଲିସ ନିଜ ହାତକୁ ନେଇଛି। ଜିଲ୍ଲା ଏସପି କହିଛନ୍ତି କି ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଚଢ଼ାଉ ଚାଲିଛି ମୟୁରଭଞ୍ଜ ଜିଲ୍ଲାର ଚଢେଇଭୋଳରୁ ଅନେକ ଚୋରା ବାଇକ ଜବତ ହୋଇଥିଲା ତେବେ ସନ୍ଧ୍ୟା ସୁଦ୍ଧା ଶହେ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଏହି ମାଫିଆଙ୍କ ପାଖରୁ ଜବତ କରାଯିବ। ଭାରତୀୟ ନ୍ୟାୟ ସଂହିତାର ୧୧୨ ଦଫା ଅନୁଯାୟୀ ଏହି ସମ୍ପତ୍ତି ଆଟାଚ ଲାଗି ଦରଖାସ୍ତ କରିଯିବ ବୋଲି ସେ ମଧ୍ୟ ସୂଚନା ଦେଇଛନ୍ତି। ଏହି ଘଟଣା ପରେ କେନ୍ଦୁଝର ସହର ପାଖରେ ରହିଥିବା ଅନେକ ଗୋ ଦଲାଲ ଛାନିଆ ହୋଇଯାଇଥିବା ଆଲୋଚନା ହେଉଛି।

Leave A Reply

Your email address will not be published.