ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ବିତୀୟ ବାର୍ଷିକୋତ୍ସବ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦିପ୍ତୀ ବିଶ୍ବାଳ ସୁନ୍ଦରାୟଙ୍କ ସଭାପତିତ୍ବ , ସମ୍ପାଦିକା ଲୀନା ତ୍ରିପାଠୀଙ୍କ ଆବାହକତ୍ୱ ଓ ପ୍ରତିଷ୍ଠାତା ତଥା ଉପଦେଷ୍ଟା ବିଜୟ ସୁନ୍ଦରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ନିହାର ରାୟ, ଅପୂର୍ବ ପାଣ୍ଡେ, ଋପେଶ କୋଠାରୀ, ଡାକ୍ତର ଏସ୍ ଆର୍ ଦାସ ଓ ବସନ୍ତ କୁମାର ପାଠୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଭିନ୍ନକ୍ଷମ ମାନଙ୍କୁ ୫ଟି ତିନି ଚକିଆ ସାଇକେଲ ଓ ଆଶାବାଡି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ସେହିପରି ସହରର କିଛି ସାମାଜିକ ସଂଗଠନ, ଆର୍ମୀ ସଦସ୍ୟ, ରକ୍ତଦାତା, ଶିକ୍ଷାବିତ୍, ବିଦ୍ୟାଳୟ ତଥା କଲେଜର ଟପର, ସଂଗୀତକାର, ସାରସ୍ଵତ ସାଧକ, ସାମ୍ବାଦିକ, ଫଟୋଗ୍ରାଫର ଙ୍କ ସହ ଚଳିତ ବର୍ଷ ସମ୍ବଲପୁରର ଡାକ୍ତର ଶଙ୍କର ରାମଚନ୍ଦାନୀ ଙ୍କୁ ହ୍ୟୁମାନିଟି ସେବା ସମ୍ମାନ ୨୦୨୫ ରେ ସମ୍ମାନିତ କରାଯାଇଥିଲା । ଏହାସହ ଭୁବନେଶ୍ୱର, ବଡ଼ବିଲ, ରେଢ଼ାଖୋଲ,ଛତିଆ, କଟକ, ସମ୍ବଲପୁର,ପୁରୀ ଓ ବାରିପଦା ଅଞ୍ଚଳର ପ୍ରାୟ ୧୫ ଜଣ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନିଲ କୁମାର ମଲ୍ଲିକ ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ନାୟକ,ପ୍ରଜ୍ଞା ପରମିତା ଦାସ,ଗ୍ରେସି ଡେଭିଡ, ଶୁଭଶ୍ରୀ ସ୍ବାଇଁ, ଅନୁପମା ଆଚାର୍ଯ୍ୟ, କାର୍ତ୍ତିକ ରାଉତ, ସଂଗ୍ରାମ ପତି, ଶୁଭଲକ୍ଷ୍ମୀ ପାତ୍ର, ଶଶିଲତା ହୋତା, ରଶ୍ମିତା ମଲ୍ଲିକ, ପ୍ରିୟଙ୍କା ପାଣି, ଜ୍ୟୋତିର୍ମୟ ଆଚାର୍ଯ୍ୟ,ଗରିମା ପତ୍ରି, ବିପିନ ପାଢ଼ୀ, ସୁବାସ ଚନ୍ଦ୍ର କୁଅଁର, ସୁମିତ୍ରା ନାୟକ, ସ୍ନିଗ୍ଧା ପୁହାଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.