ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଞ୍ଚଳରେ ବାଣ ଗୋଦାମକୁ ନେଇ ଜନ ବିରୋଧ.

3

ସୁନ୍ଦରଗଡ଼ / ନୂଆଗାଁ, (ବସନ୍ତ କୁମାର ଜେନା) : ନୂଆଗାଁ ବ୍ଲକର ଲିମଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୁଆଁବାହାଲ ସାହୁ ବସ୍ତି ଠାରେ ଏକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ବିରମିତ୍ରପୁର ତହସିଲଦାର ଗୌରୀ ନାୟକ, ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ, ଏହି ଜନ ଶୁଣାଣିର ମୁଖ୍ୟ ଉଦେଶ୍ୟ ଥିଲା, ଚୁଆଁବାହାଲ ଅଞ୍ଚଳରେ ବାଣ ଗୋଦାମ କରି ନ ଦେବା ପାଇଁ, ଶତାଧିକ ପୁରୁଷ, ମହିଳା ମାନେ ଯୋଗଦେଇଥିଲେ, ତହସିଲଦାର ମାଡାମ ପ୍ରଥମେ ବାଣ ଗୋଦାମଖୋଲା ଯିବା ଉପରେ ଲୋକମାନଙ୍କୁ କହିଥିଲେ, ଉପସ୍ଥିତ ଥିବା ସ୍ଥାନୀୟ ପୁରୁଷ, ମହିଳାମାନେ ଏହି ଅଞ୍ଚଳରେ ବାଣ ଗୋଦାମ କରି ନ ଦେବାକୁ, ଏକ ଜିଦ ଧରି ବସିଥିଲେ, ଫଳରେ ଶେଷଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନିଆ ଯାଇ ପାରି ନ ଥିଲା, ଅପର ପକ୍ଷେ, ତହସିଲଦାର ମାଡାମ ସ୍ଥାନୀୟ ଲୋକମାନଙ୍କୁ କହିଲେ, ଏଠାରେ ଆପଣମାନେ ଯାହା କହିଲେ, ତାହା ଉପର ପଦାଧିକାରୀଙ୍କୁ ମୁଁ ଜଣାଦେବି..

Leave A Reply

Your email address will not be published.