ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: କୁଡୁମୁଲୁଗୁମ୍ମା ସ୍ଥିତ ଡାରୱିନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର ୧୬ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜୟପୁର ବିକ୍ରମ ଦେବ ୟୁନିଭରସିଟିର ଭାଇସ୍ ଚାନ୍ସେଲର ପ୍ରଫେସର Dr ଦେବୀ ପ୍ରାସାଦ ମିଶ୍ର, ମୁଖ୍ୟ ବକ୍ତା ଭାବେ ଜୟପୁର ବିକ୍ରମ ଦେବ ୟୁନିଭରସିଟିର ଆସିଷ୍ଟାଣ୍ଡ ପ୍ରଫେସର ଡ଼ଃ. ମନୋରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଭାବେ କୁଡୁମୁଲୁଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ କଲେକ୍ଟର ଅଜୟ କୁମାର ମାଣ୍ଡାଙ୍ଗି, କୁଡୁମୁଲୁଗୁମ୍ମା ଡାରୱିନ୍ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ଶଙ୍କର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସର୍ବ ପ୍ରଥମେ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ନିକଟରେ ଦୀପ, ଧୂପ ଓ ପୁଷ୍ପ ପ୍ରଦାନ ପୂର୍ବକ ପୂଜା ଅର୍ଚ୍ଚନା କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଏହାପରେ ମହାବିଦ୍ୟାଳୟର ଛାତ୍ରୀମାନେ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରି ମହାବିଦ୍ୟାଳୟର ବିଭିନ୍ନ କୃତିତ୍ୱ ଓ ସମସ୍ୟା ମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ବର୍ତ୍ତମାନ ପିଲାଙ୍କ ଭିତରେ ପ୍ରତିଦ୍ୱନ୍ଦିତା ବଦଳରେ ସହଭାଗିତା ର ମାନସିକତା ସହ ଆତ୍ମନିର୍ଭରଶୀଳ ଓ ସ୍ଥାନୀୟ ସ୍ୱଦେଶୀ ବସ୍ତୁ ର ବ୍ୟବହାରିକତ ନିମନ୍ତେ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ପିଲାଙ୍କ ଭିତରେ ଜିଜ୍ଞାସୁ ସ୍ୱଭାବର ଅଭୃଦୟ ସହ ସେମାନଙ୍କ ମଧ୍ୟରେ ଆହୁରି ଘନିଷ୍ଠତା ଓ ନିବିଡତାର ପରିପ୍ରକାଶ ଘଟିବ । ପରେପରେ ଅତିଥି ମାନଙ୍କ ଦ୍ବାରା ମହାବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ଉତ୍ସବରେ ଅଧ୍ୟାପକ ବିଶ୍ୱଜିତ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.