ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଆଜି ଶରଣକୁଳ ଥାନା ଗୋଡିପଡା ଫାଣ୍ଡି ଅନ୍ତର୍ଗତ ଗୋଡିପଡା,ନୂଆ ଟାଙ୍ଗିସାହିରେ ହୋଇଥିବା ମରଣାନ୍ତକ ଆକ୍ରମଣ ମୋକଦ୍ଦମାର ଫଇସଲା କରି ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ଜନ୍ମେଜୟ ଦାସ ଆକ୍ରମଣକାରୀ ୨ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡାଦେଶ ଶୁଣାଇଛନ୍ତି।ଅଭିଯୁକ୍ତମାନେ ହେଲେ ଶରଣକୁଳ ଥାନା ଗୋଡ଼ିପଡା ଫାଣ୍ଡି ନୂଆ ଟାଙ୍ଗିସାହିର ସୁରେନ୍ଦ୍ରନାଥ ସାହୁ ଏବଂ ଶରତ ଚନ୍ଦ୍ର ସାହୁ। ପ୍ରକାଶ ଥାଉକି ସାଢ଼େ ୩ ବର୍ଷ ପୂର୍ବେ ଅର୍ଥାତ୍ ଗତ ୩୦.୦୭.୨୦୨୨ ରିଖ ଅପରାହ୍ନରେ ପୈତୃକ ଜମି, ବାଡ଼ି ବିବାଦକୁ କେନ୍ଦ୍ରକରି ଦେଢଶୁର ସୁରେନ୍ଦ୍ର ସାହୁ, ପୁତୁରା ମାଘବାନ ସାହୁ ଓ ଶରତ ଚନ୍ଦ୍ର ସାହୁ ସଂଘବଦ୍ଧ ହୋଇ ହାତରେ ଧଡ଼ା, ଲୁହା ଛଡ଼, ଓ ଶରୁ ଶାବଳ ଭଳି ମାରଣାସ୍ତ୍ର ଧରି ତାଙ୍କ ସ୍ୱାମୀ ଆର୍ତ୍ତବନ୍ଧୁ ସାହୁଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇ ଦେଇ ଚାଲିଯାଇଥିବା ଖବର ପାଇ ଏତଲାକାରିଣୀ କାଞ୍ଚନ ଦେଇ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ସ୍ୱାମୀ ରକ୍ତାକ୍ତ ଅବସ୍ଥାରେ ତଳେ ଅଚେତ ହୋଇ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କ ସ୍ୱାମୀଙ୍କୁ ଶରଣକୁଳ ଡାକ୍ତରଖାନା, ପରେ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ପରେ ତା ୩୧ ୦୭.୨୨ ରିଖରେ କାଞ୍ଚନ ଦେଇ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ।କାଞ୍ଚନଙ୍କ ଅଭିଯୋଗକୁ ଭିତ୍ତି କରି ଶରଣକୁଳ ପୋଲିସ୍ ୯୭/୨୦୨୨ ଦଫା ୩୪୧ ,୩୨୩ ,୩୨୫, ୩୦୭ ,ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଉକ୍ତ ମୋକଦ୍ଦମା କୋର୍ଟରେ ଚାଲୁ ରହିଥିବା ବେଳେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ଜନ୍ମେଜୟ ଦାସ ଆସାମୀ ସୁରେନ୍ଦ୍ରନାଥ ସାହୁ, ଶରତ ଚନ୍ଦ୍ର ସାହୁଙ୍କୁ ଦଫା ୩୨୪ ମତେ ୨ ବର୍ଷ ଓ ଦଫା ୩୨୩ ମତେ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ମୋକଦ୍ଦମାକୁ ସରକାରୀ ଓକିଲ ବଟକୃଷ୍ଣ ମିଶ୍ର ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post