ଚେମେଡିରେ ୱାଟରସେଡ୍ ମହୋତ୍ସବ।

1
  • ବିଦ୍ୟାଳୟ ପରିସରରେ ନଡ଼ିଆ ଚାରା ରୋପଣ,

  • ଚେମେଡି ଅମୃତ ସରୋବର ଲୋକାର୍ପଣ,ସେଚକୂପ ଭୂମି ପୂଜନ

ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମୃତ୍ତିକା ସଂରକ୍ଷଣ ଓ ଦଳବିଭାଜିକା ତରଫରୁ ବାଣ୍ଠପୁର ପଞ୍ଚାୟତ ଚେମେଡି ଠାରେ ୱାଟରସେଡ୍ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି ମହୋତ୍ସବରେ ମୃତ୍ତିକା ସଂରକ୍ଷଣ ଓ ଦଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନୟାଗଡ଼ କାଳୁ ଚରଣ ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ଗାଁ ମଧୁସ୍ମିତା ବେହେରା,କେଭିକେ ବୈଜ୍ଞାନିକ ନୟାଗଡ଼ ଡ. ଜ୍ଞାନ ରଞ୍ଜନ ସାହୁ, ଆଇଆଇଡବ୍ଳୁଏମ୍ ପ୍ରଧାନ ବୈଜ୍ଞାନିକ ଭୁବନେଶ୍ୱର, ଡ. ସୁଶାନ୍ତ କୁମାର ଜେନା ବାବା ସ୍ଵପ୍ନେଶ୍ୱର ଅଣୁ ଜଳବିଭାଜିକା ସଭାପତି ନିତ୍ୟାନନ୍ଦ ପ୍ରଧାନ,ବାଣ୍ଠପୁର ସରପଞ୍ଚ ସୁନୀତା ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୂର୍ତ୍ତିକା ଓ ଜଳର ଉପଯୋଗ, ଜଳହିଁ ଜୀବନ,ଜଳ ଆଣେ ଧନ-ଧାନ୍ୟ ସମ୍ପର୍କରେ
ଉପସ୍ଥିତ ୪ଶହରୁ ଉର୍ଦ୍ଧ୍ବ ଚାଷୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସମାଜସେବୀ ଜଗବନ୍ଧୁ ଦଳବେହେରା, ମା’ ଅନ୍ଧରବାଉତୀ ଅଣୁ ଜଳବିଭାଜିକା ଚେମେଡ଼ି ସମ୍ପାଦକ ସୋମନାଥ ଦଳବେହେରା ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଶିଶୁମାନଙ୍କ ଦ୍ବାରା ମୋ ପାଇଁ ଗଛଟିଏ ପରିବେଷଣ ଏବଂ ସମନ୍ଵିତ କୃଷି ସମ୍ବନ୍ଧୀୟ ପ୍ରକଳ୍ପ ପାଇଁ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଚେମେଡି ଅମୃତ ସରୋବର ଲୋକାର୍ପଣ,ସେଚକୂପ ଭୂମି ପୂଜନ ସହିତ ଶ୍ରମଦାନ ପାଇଁ ଚେମେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନଡ଼ିଆ ଚାରା ରୋପଣ କରାଯାଇଥିଲା। ଓଡ଼ଗାଁ ବନ ବିଭାଗ,ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, କୃଷି ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ,ଖଣ୍ଡପଡ଼ା ରଙ୍କଦେଉଳୀର କୃଷକ ଉତ୍ପାଦକ ସଂସ୍ଥା ଏବଂ ପଞ୍ଚରିଡା ତିରୁପତି ସ୍ବାମୀ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଟେରାକୋଟା ମାଟିପାତ୍ର ପ୍ରମୁଖ ସଂସ୍ଥାମାନେ ସେମାନଙ୍କ କାର୍ଯ୍ୟକ୍ରମର ପ୍ରଦର୍ଶନ କରିଥିଲେ। ଆରକ୍ଷୀ ବାହିନୀ,ଅଗ୍ନିଶମ ସେବା ବାହିନୀ,ଜରୁରୀ ଚିକିତ୍ସା ସେବା କେନ୍ଦ୍ର ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ କରିଥିଲେ।ଓଡ଼ଗାଁ ଓଭରିସିଅର ଦୀପକ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡଵ୍ଳୁଏମଟି ଓଡ଼ଗାଁ, ସୌମ୍ୟ ରଞ୍ଜନ ମହାନ୍ତି, ଅତୁଲ କୁମାର ରାଏ, ଶୁଭଶ୍ରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।ଦୀପକ କୁମାର ଯେନା ସଂଯୋଜନା କରିଥିଲେ।

Leave A Reply

Your email address will not be published.