ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କବିରାଜ ବୈଦ୍ୟ ବ୍ରଜବାସି ବାଜୁବନ୍ଧଙ୍କ ୧୪୨ତମ ଜନ୍ମ ବାର୍ଷିକ ପାଳନ ଖଣ୍ଡିଆ ସାହିସ୍ଥ ତୁଳସୀ ଚାଉଁରା ମଣ୍ଡପ ଠାରେ କବିରାଜ ବୈଦ୍ୟ ବ୍ରଜବାସି ବାଜୁବନ୍ଧ ୧୪୨ତମ ଜନ୍ମ ବାର୍ଷିକ ପାଳନ ହୋଇଯାଇଛି ।
ଏଥିରେ ଆଧ୍ଯତ୍ମିକ , ଧାର୍ମିକ ଭକ୍ତିଭରାଚିତ ସଂକର୍ତ୍ତନ କରାଯାଇ ନଗର ପରିକ୍ରମା କରିଥିଲେ। ମହାନ ବ୍ୟକ୍ତି ଙ୍କ ଜନ୍ମ ହୋଇଥିଲା ମକର ସଂକ୍ରାନ୍ତି ଦିନ ତେଣୁ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଜନ୍ମ ବାର୍ଷିକ ପାଳନ କରି ଆସୁଛନ୍ତି ଗ୍ରାମ ବାସୀ।
ସେ କହିଥିଲେ ମଣିଷ ର ଭାବ ଭକ୍ତି ସଂକର୍ତ୍ତନ ନ ଥିଲେ ବ୍ୟକ୍ତି ଗତ ବିକାଶ ଅଭିବୃଦ୍ଧି ହୋଇପାରିବ ନାହିଁ ବୋଲି କହିଥିଲେ। ସେ ଜଣେ ବିଜ୍ଞ ଆୟୁର୍ବେଦ ଚିକିତ୍ସକ ସହ ଜଣେ କବି ଥିଲେ ଗଡଯାତ ରାଜା ମହାରାଜା ଙ୍କ ମଧ୍ୟରେ ସେହି ସମୟରେ ସେ ପ୍ରଶଂସକ ଥିଲେ। ସେ ଗ୍ରାମ୍ୟସ୍ତର ରେ ଶିକ୍ଷା ର ବିକାଶ ପାଇଁ ଚାଟଶାଳୀ , ପୗଡଶିକ୍ଷା , ଆଖଡ଼ାଶାଳ ଆଦି ଗଠନ କରି ଉଭୟ ସ୍ୱାସ୍ଥ୍ୟ , ଚେର ମୂଳ ବୈଦ୍ୟ ଶିକ୍ଷା ସହ ମୃଦଙ୍ଗ , ତାଳ ଆଦି ସଂସ୍କୃତି ଶିକ୍ଷା ଦେଉଥିଲେ , ତାଙ୍କର ରଚିତ ଗଳ୍ପ , ଏକାଙ୍କିଙ୍କା , ଗଦ୍ୟ , ଗୀତ ଗୁଡିକ ଦେଖିବାରୁ ମିଳିଛି । ତାଙ୍କର ଏବେବି ତାଳ ପାତ୍ର ଗୁଡିକ ବଞ୍ଚି ରହିଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବୈଦ୍ୟ ବଂଶରୁ ବଜୁବନ୍ଧ ରୂପେ ଉତ୍ପାଦି ଦେଇଥିଲେ । ସେହି ଦିନ ଠାରୁ ବୈଦ୍ୟ ବଂଶ ରୁ ବାଜୁବନ୍ଧ ବଂଶ ରୂପେ ରହିଆସୁଛି। ତାଙ୍କର ରଚିତ ଗୁଡିକ ହେଲା , ଶ୍ରୀରାମଚନ୍ଦ୍ର କୋବଚ , କୁଞ୍ଜ ବିନୋଦ , ବାଲ୍ୟ ଲୀଳା , ଶ୍ୟାମଘନ ବନ୍ଧନ , ମଥୁରା ବିଜୟୀ , ମହାରାଜା ଙ୍କ ଲଣ୍ଡନ ଯାତ୍ରା , କୁଳଚନ୍ଦ୍ର ମା , ନଳଦମୟନ୍ତି , ପିଞ୍ଜରା ରୁ ଗଲା ଶୁଆ ଶାରୀ ଆହୁରି ଅନେକ ଓ ତାଙ୍କ ସ୍ମୃତି ରେ ତାଙ୍କର ନାତି ଶ୍ରୀ ଡ଼କ୍ଟର ନବନିତ ବଜୁବନ୍ଧ ପରିଚାଳନା ରେ ପ୍ରତାପ ଚନ୍ଦ୍ର ବାଜୁବନ୍ଧ ସଂକର୍ତ୍ତନ ମଣ୍ଡଳୀ ଗୁରୁ ସରତ ଗୌଡ଼ ଙ୍କ ସଂକୀର୍ତ୍ତନ ମଣ୍ଡଳୀ ଗ୍ରାମ ପରୀକ୍ରମା କରି ବୈଦ୍ୟ ବ୍ରଜ ବାସି ଙ୍କ ଗୀତ ଗୁଡିକ ଗାନ କରିଥିଲେ। ମକର ମେଳାରେ ମକର ପ୍ରସାଦ ବାଣ୍ଟନ କରି ଭାଇଚାରା ଶାନ୍ତି କାମନା ଜାଗ୍ରତ ଆଣିଥିଲେ।
Sign in
Sign in
Recover your password.
A password will be e-mailed to you.