କେନ୍ଦୁଝର,ତା୧୬/୧- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଇଁଶୀ ଗ୍ରାମରେ ପୀଢ଼ି ପରେ ପୀଢ଼ି ଅନୁଷ୍ଠିତ ହେଉଥିବା ଠାକୁରାଣୀ ଓଷା ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଓଷା ପାଳନର ଗୋଟିଏ ସପ୍ତାହ ପୂର୍ବ ଗୁରୁବାର ଦିନ ରଣୀଆଙ୍କ ଘରୁ ମାଆ ମନୀଷାଙ୍କୁ ବିଧି ପୂର୍ବକ ପୂଜା କରି ଆଣି କୋଠ ଘରେ ସାତ ଦିନ ଧରି ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ସାତ ଦିନ ଦେହୁରୀ ଅକ୍ଷୟ ପରିଡା ନିଷ୍ଠାର ସହିତ ପୂଜା କରିଥିବା ବେଳେ ଗାଉଁଣୀ ପଞ୍ଚାନନ ପରିଡା, ମାଆଙ୍କ କଥା ବସ୍ତୁକୁ ଗୀତ ଆକାରରେ ବର୍ଣ୍ଣନା କରିଥିଲେ। ଟଙ୍କଧର ପରିଡା ଅଗ୍ନି କୁଆଁରୀ ଭାବେ ପୂଜା କରିଥିଲେ। ମୁଖ୍ୟ ଦାସୀ ଭାବରେ ଭୁବନେଶ୍ୱର ପରିଡା କାର୍ଯ୍ୟଭାର ନିଭାଇଥିବା ବେଳେ ଡାଳ ଗାଉଣୀ ଭାବରେ ମାମା,ପୂର୍ଣ୍ଣିମା,ବାଣେଶ୍ୱରୀ, ତପସ୍ୱିନୀ,ହେମାଙ୍ଗିନି,ପ୍ରିୟା, କତ,ଯାତ୍ରୀ ପ୍ରମୁଖ ଠାକୁରାଣୀ ଗୀତ ପରିବେଷଣ କରିଥିଲେ। ଏ ବର୍ଷ ଗୋଟିଏ ଅଗ୍ନି ଖନ୍ଦା ମାଆଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଭକ୍ତିର ସହିତ ମାଆଙ୍କ ନିକଟରେ ମାନସିକ କଲେ ମାଆ ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି ଓ ମାନସିକ ପୂରଣ ପରେ ଭକ୍ତ ମାଆଙ୍କ ନିକଟରେ ଖନ୍ଦା ଅର୍ପଣ କରିଥାନ୍ତି। ସେହି ଖନ୍ଦା ନିଆଁରେ ଦାସୀ ମାନେ ଚାଲିଥାନ୍ତି। ଓଷା ଦେଖିବା ପାଇଁ ହାଣ୍ଡିଭଙ୍ଗା, ବାଉଁଶୂଳି, ସୁନାରିପୋଷି, କାଶୀପୁର ଆଦି ପାଖ ଆଖ ଗାଁରୁ ବହୁଲୋକ ସମାଗମ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post