ବାଲୁଗାଁ:(ସେକ୍ କୌସର):ବାଲୁଗାଁ ଶ୍ରୀରାମ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି।କମିଟି ସଭାପତି ଦୁର୍ଯ୍ୟୋଧନ ସ୍ବାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁନୀଲ କୁମାର ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ସହ ପ୍ରଚାରକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ୍ ଓଡିଶା ପୂର୍ବ ମାର୍ଗଦର୍ଶକ ଅସିତ୍ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ କମିଟି ସମ୍ପାଦକ ଅନନ୍ତ ପ୍ରସାଦ ସେଠୀ, ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଅତିଥି ସ୍ୱାଗତ ସହ ବେଦଧ୍ୱନି ପରିବେଷଣ ପରେ ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯିବା ସହ ବନ୍ଦନା କରି ବାର୍ଷିକ ଉତ୍ସବ ଶୁଭ ଉଦଘାଟନ କରାଯାଇଥିଲା।ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ କମିଟି ସଭାପତି ଶ୍ରୀ ସ୍ବାଇଁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ରଖିଥିଲେ।ଗୁରୁଜୀ ସନ୍ତୋଷ କୁମାର ବିଶ୍ଵାଳ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।ବାଲ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୧୭୬ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମାନସିକ, ଶୈଖିକ୍ ପଦ୍ଧତିକୁ ଅଭିବୃଦ୍ଧି ନେଇ ବିଦ୍ୟାଳୟର ୨୬ ତମ ବାର୍ଷିକ ଉତ୍ସବ ପାଳିତ ହେଉଛି।ଆଜିର ଶିଶୁ କାଲିର ଭବିଷ୍ୟତ।ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ ପାଇଁ ନିର୍ମିତ ଯୁବସମାଜ ଯିଏକି ହିନ୍ଦୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତଃପ୍ରୋତଃ ଶାରୀରିକ,ପ୍ରାଣୀକ,ମାନସିକ,ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ୍ଣ ବିକଶିତ ହେବା ନିହାତି ଜରୁରୀ ଅଟେ।ଜୀବନର ବର୍ତ୍ତମାନ ଆହ୍ୱାନ ଗୁଡିକୁ ସଫଳତା ପୂର୍ବକ ମୁକାବିଲା କରିବାସହ ଗ୍ରାମ,ବନ,ଗିରିକନ୍ଦର ଓ କୁଡ଼ିଆରେ ବସବାସ କରୁଥିବା ଦୀନ,ଦୁଃଖୀ,ଅଭାବଗ୍ରସ୍ତ ଲୋକଙ୍କୁ ସାମାଜିକ କୁସଂସ୍କାର,ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରି ରାଷ୍ଟ୍ର ଜୀବନକୁ ସମରସ,ସୁସମ୍ପନ୍ନ ଏବଂ ସୁସଂସ୍କୃତ କରିବା ପାଇଁ ନିଜକୁ ସମର୍ପିତ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ସହ ପୁରସ୍କୃତ କରାଯାଇଥିଲା।ଏହାପରେ ସାମୁହିକ ଭାବେ ରାଷ୍ଟ୍ରବନ୍ଦନା ଗାନ କରାଯାଇଥିଲା।ପରିଶେଷରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।ଉକ୍ତ ଉତ୍ସବରେ ବୁଦ୍ଧିଜୀବୀ,ସମାଜସେବୀ,ଅଭିଭାବକ,ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି,ଗୁରୁଜୀ,ଗୁରୁମା ଓ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post