ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗଜପତି ଗସ୍ତ 

0

୨୦୦ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ଉଦ୍ଘାଟିତ 

ପାରଳାଖେମୁଣ୍ଡିରୁ  ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଓ ଶିଶୁବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ତଥା ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ସାମଲ ଗଜପତି ଜିଲ୍ଲା ନୂଆଗଡ ଓ ଆର.ଉଦୟଗିରି ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସାମଲ ପ୍ରଥମେ ନୂଆଗଡ ବ୍ଲକର ବଡପଦା ଗ୍ରାମସ୍ଥିତ ସେଣ୍ଟମେରୀ  ଉଚ୍ଚ ବିଦ୍ୟାଳୟ ୫୬ତମ ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ । ତାପରେ ମନ୍ତ୍ରୀ ଶ୍ରୀସାମଲ ଆର ଉଦୟଗିରି ବ୍ଲକର ରାମଗିରି ଠାରେ ଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସୁଚୀତ ଜନ ଜାତି ଓ ଅନୁସୁଚୀତ ଜାତି ଉନ୍ନୟନ ବିଭାଗର ୯୬ଲକ୍ଷ ଟଙ୍କାର ବ୍ୟୟରେ ନିର୍ମିତ ୨୦୦ଶଯ୍ୟା ବିଶିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ନିବାସକୁ ଉଦ୍‍ଘାଟନ କରିଥିଲେ । ଛାତ୍ରୀନିବାସରେ ରହିବାକୁ ଥିବା ଛାତ୍ରୀମାନଙ୍କ ରହିବା, ପାଠ ପଢିବା ଓ ସମସ୍ତ ବ୍ୟବସ୍ଥା ସହ ସୁରକ୍ଷିତ ବ୍ୟବସ୍ଥା ଯେଉଁଭଳି ଠିକ୍‍ ଭାବେ ହୋଇପାରିବ ସେଥିପ୍ରତି ସମସ୍ତ ବିଭଗୀୟ ଅଧିକାରୀମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।

ତାପରେ ବିଦ୍ୟାଳୟର ୨୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଗୃହକୁ ସେ ପରେ ରାମଗିରି ଗ୍ରାମରେ ଥିବା ଏମ୍‍.ଇ ବିଦ୍ୟାଳୟକୁ ଶ୍ରେଣୀ ଗୃହକୁ ଉଦ୍‍ଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ସାମଲ ଙ୍କ ଗ୍ରସ୍ତ ଓ ଉଦ୍‍ଘାଟନୀ କାର୍ଯ୍ୟକ୍ରମ ବେଳେ ମୋହନା ବିଧାୟିକା ସୁଶ୍ରୀ ବାସନ୍ତି ମଲ୍ଲିକ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ , ପି.ଏ.ଆଇ.ଟି.ଡି.ଏ ପ୍ରଶାସକ ଶ୍ରୀ ପରିକ୍ଷିତ ସେଠୀ,ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଆର ଉଦୟଗିରି ବ୍ଲକ ଅଧ୍ୟକ୍ଷା ଅମିତା ମ¨ଳ, ବିଡିଓ ସଚିଦାନନ୍ଦ ନାୟକ, ଆଇ.ଟି.ଡି.ଏ ସହକାରୀ ଯନ୍ତ୍ରୀ,କେ.ଭି.ଆର ବାପୁଜୀ,ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଲକ୍ଷ୍ମୀକାନ୍ତ ପରିଚ୍ଛା ପ୍ରମୁଖ ସମେତ ଶିଶୁବିକାଶ ଅଧିକାରୀ  ପରବିନ ପ୍ରମୁଖ ଉପସ୍ଥିତ ଥିଲେ 

Leave A Reply

Your email address will not be published.