ଓଡିଶା ଖଣିନିଗମ ପକ୍ଷରୁ ବାଙ୍ଗୋର କର୍ମଚାରୀଙ୍କ ସଫେଇ କାର୍ଯ୍ୟକ୍ରମ

0

  

ହାଟଡିହିରୁ ମକରଧ୍ବଜ ଜେନା : ଭାରତ ସରକାର ଙ୍କ ପ୍ରୋଗ୍ରାମ ଅନୁସାରେ ଇଣ୍ଡିଆନ ବ୍ୟୁରୋ ଓଫ ମାଇନେସଙ୍କ ତତ୍ଵାବଧାନରେ ବାଙ୍ଗୋରେ କ୍ରୋମାଇଟ ମାଇନ୍ସ ଲିମିଟେଡ ତରଫ ରୁ ତା-୧୬ /୧୨ /୨୦୧୭  ରୁ ତା ୩୧ /୧୨ /୨୦୧୭  ପର୍ଯ୍ୟନ୍ତ  ସଫେଇ କାର୍ଯ୍ୟ କ୍ରମ ପାଳନ କରାଯାଇ ଅଛି ।ଏହି ଅବସର ରେ ମାଇନ୍ସ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଙ୍କର ସଫେଇ ଅଭିଯାନ ଚାଲୁ କରାଯାଉ ଅଛି । ଏହାଦ୍ଵାରା ଲୋକ ମାନଙ୍କ ମଧ୍ୟ ରେ ସଚେତନତା ବ୍ୟବହାର ,ସରକାରୀ ଓ ବେସରକାରୀ ସ୍ଥାନରେ ପରିବେଶକୁ ସନ୍ତୁଳିତ କରିବର କାର୍ଯ୍ୟକ୍ରମ  ହାତକୁ ନେଇଛନ୍ତି । ହଦଗଡ ର ପିକନିକ ଏରିୟା ପବ୍ଲିକ ଏରିୟା ବିଦ୍ୟାଧରପୂର ବଜାର ଧନଞ୍ଜୟପୁର ଗ୍ରାମ , ଶୋଷ ମେଡିକାଲ ଆଦିବାସି ଏରିୟା  ମାଇନ୍ସ ଏରିୟା ବାଙ୍ଗୋରେ ତିଲୋ ଗଡିଆ ଆଦି ଗ୍ରାମ ମାନଙ୍କରେ ସଫେଇ କାର୍ଯ୍ୟକର୍ମ ସହିତ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ତାର ଉପକାରିତା ଓ ଅପକାରିତା ବିଷୟରେ ବୁଝାଇ କହିବା ସହିତ ଡଷ୍ଟବିନର ବ୍ୟବହାର ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକର୍ମରେ ଘନଶ୍ୟାମ ସାହୁ ଡେପୁଟି ଜେନେରାଲ ମ୍ୟାନେଜର ମାଇନ୍ସ ସରୋଜ କୁମାର ନାୟକ ,ସିନିୟର  ମ୍ୟାନେଜର ପର୍ସୋନାଲ ଡ-ପାର୍ଥ ସାରଥି ସାହୁ ମେଡିକାଲ ଅଫିସର ମନ୍ମଥ ବେହେରା ,ଅଶୋକ ସ୍ଵାଇଁ ,କାଶୀନାଥ ପଣ୍ଡା ,ସୁମନ୍ତ ନାୟକ,ପିକେ ମିଶ୍ର,ସୁକାନ୍ତ ବିଶ୍ଵାଳ,ଟିକେ ବିଶ୍ଵାଳ,ରମେଶ ସାହୁ,ଇନ୍ଦ୍ରମଣି ରାଉତ, ଟିବି ରଥ, ବିବି ମହାନ୍ତି,ଚୈତନ୍ୟ ନାୟକ,ମହେଶ୍ଵର ପାତ୍ର,ସୁରେନ୍ଦ୍ର ସାହୁ,ବିଜୟ ନାୟକ,ଆଦି ସାମିଲ ଥିଲେ। ଏହି ଯୋଜନା କୁ ଆନ୍ତରିକତା ଭାବେ ସବୁ ମାଇନ୍ସ ର କାର୍ଯ୍ୟ କରିବା ପାଇଁ ଖଣି ନିର୍ଦେଶକ ଆର ଭି ନୀଲକ୍ରୀଷ୍ଣା ଓ ମାନବ ସମ୍ବଳ ନିର୍ଦେଶକ ଡ। ଶାନ୍ତନୁ କୁମାର ରଥ ଙ୍କ ନିର୍ଦେଶ ରହି ଅଛି।

 

Leave A Reply

Your email address will not be published.