ଜଣାଶୁଣା ସମାଜସେବୀ ବଟକୃଷ୍ଣ ସାମଲଙ୍କ ପରଲୋକ

0

ଯାଜପୁର/jayashankar dash : ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଭୁଷଣ୍ଡପୁର ପଂଚାୟତର ନଖପଶୀ ଗ୍ରାମର ଜଣାଶୁଣା ସମାଜସେବୀ ବଟକୃଷ୍ଣ ସାମଲଙ୍କ ୬୬ ବର୍ଷ ବୟସରଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଛି । ସେ ପ୍ରସିଦ୍ଧ ପଂଚଦେବ କ୍ଷେତ୍ର ମହାବିନାୟକ ମନ୍ଦିର ନିକଟରେ ଥିବା ବିରାଟ ହନୁମାନ ମନ୍ଦିରର ପ୍ରତିଷ୍ଠାତା । ସ୍ଥାନୀୟ ଅଂଚଳର ଜଣେ ସମାଜସେବୀ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ତାଙ୍କର ସୁଖ୍ୟାତି ରହିଛି । ତାଙ୍କର ପରଲୋକ ଖବର ଜଣାପଡିବା ପରେ ବଡଚଣା ଏବଂ ଧର୍ମଶାଳା ବ୍ଲକ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ରବିବାର ତାଙ୍କର ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାର ନିକଟରେ ତାଙ୍କର ପୁଅ ଶକ୍ତିକାନ୍ତଙ୍କ ସହ ପୁତୁରା ରତିକାନ୍ତ , ମୁକ୍ତିକାନ୍ତ, ଭଣଜା ସାନ୍ତନୁ, ପୀନାକୀ, ଭାଇ ରାମଚନ୍ଦ୍ର, ଶ୍ରୀଚରଣ, ସୁରେନ୍ଦ୍ର, ଗଣେଶ୍ୱର, କରୁଣାକର ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ସ୍ଥାନୀୟ ଅଂଚଳର ବରିଷ୍ଠ  ସର୍ବଶ୍ରୀ ସନ୍ତୋଷ ବିଶ୍ୱାଳ, ବିନାୟକ ନାୟକ, ଶୈଳେନ୍ଦ୍ର ନାୟକ, ଚନ୍ଦନ ନାୟକ, ରମେଶ ଜେନା, ଅପୂର୍ବ ସାହୁ, କୈଳାସ ଚନ୍ଦ୍ର ସାମଲ, ହେମନ୍ତ ଷଡଙ୍ଗୀ, ସୁରେଶ ସାହାଣୀ, ସିଲୁ ମହାପାତ୍ର, ବାବୁଲି ବଳ, କୈଳାସ ସାମଲଙ୍କ ସମେତ ଶତାଧିକ ଜନସାଧାରଣ ଶବ ଶୋଭାଯାତ୍ରା ଓ ଅନ୍ତମି ସଂସ୍କାରରେ ସାମିଲ ହୋଇଥିଲେ । ତାଙ୍କର ବିୟୋଗରେ ବିଧାନସଭାର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲ, ଅଶୋକ କୁମାର ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । 

 

Leave A Reply

Your email address will not be published.