ସହିଦଙ୍କ  ପାଇଁ ଶ୍ରଦ୍ଧାଞ୍ଜଳି   

0

ତିର୍ତ୍ତୋଲ(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଅରିଲୋ ଶିଶୁ ଅନନ୍ତ ଆଶ୍ରମ ପରିସରରେ ରାଷ୍ଟ୍ରପ୍ରେମୀ ସନ୍ଥ ପୂଜ୍ୟ ପୂଜକ ବାବା ବଳିଆଙ୍କ ମାର୍ଗଦର୍ଶନରେ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ସହିଦ୍ ଜବାନଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଦୁଇମିନିଟ୍ ନିରବ ପ୍ରାର୍ଥନା ସହ ଅସୁସ୍ଥ  ସୈନିକମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଆଶ୍ରମର ସନ୍ୟାସୀ, ବ୍ରହ୍ମଚାରୀମାନେ ଯୋଗଦେଇଥିଲେ । ଏହି ଆକ୍ରମଣ ଅତ୍ୟନ୍ତ ହିନମନ୍ୟତାର ପରିଚୟ ଅଟେ। ଆତଙ୍କବାଦୀଙ୍କ ମଧ୍ୟରେ ସଦ୍ବୁଦ୍ଧି ଉଦ୍ରେକ ହେଉ । ନରସିଂହାର କେବେବି ଶାନ୍ତି ପ୍ରତିଷ୍ଠା  କରିପାରିବ ନାହିଁ  । ଅମର ସହିଦ୍ ଜବାନମାନଙ୍କ ଆତ୍ମାର ଜୟ ହେଉ, ସେମାନଙ୍କ ପରପାରିର ଜିବନ ଆନନ୍ଦ ମୟ ହେଉବୋଲି ସନ୍ଥ ପୂଜ୍ୟପୂଜକ ବାବା ବଳିଆ ଏହି ସଭାରେ କହିଥିଲେ । ଆଶ୍ରମର ଡ଼. ଚିଦାନନ୍ଦ ବ୍ରହ୍ମଚାରୀ ଶୋକପ୍ରସ୍ତାବ ଆଗତ କରିଥିଲେ  । କୁମ୍ଭମେଳା ପ୍ରୟାଗରାଜରେ ଅମର ସହିଦ ଜବାନମାନଙ୍କ ପାଇଁ ସାମୁହିକ ଶ୍ରାଦ୍ଧ ଓ ତିଳ ତ୍ରପଣ କରାଯିବ ବୋଲି ସୁଚନା ପ୍ରଦାନ କରିଥିଲେ । ଏହା ପ୍ରମାଣ ଯୋଗ୍ୟଯେ ଆସନ୍ତା ୨୧ ତାରିଖରେ ପୂଜ୍ୟପୂଜକ ବାବା ବଳିଆ ଶତାଧିକ ଭକ୍ତମାନଙ୍କ ସହ କୁମ୍ଭମେଳାକୁ ଯାତ୍ରା ଆରମ୍ଭ କରୁଛନ୍ତି  । ସେହିପରି ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ସାମ୍ବାଦିକ ଜୟନ୍ତ ପରିଜା, ରଞ୍ଜନ ଖୁଣ୍ଟିଆ, ଟୁକନ ଚରଣ ସେଠୀ, ରମେଶ ଚନ୍ଦ୍ର ମହାନ୍ତି, ସୁଶିଲ ମହାପାତ୍ର, ଗୌରାଙ୍ଗ ସ୍ୱାଇଁ, ଶ୍ରୀକାନ୍ତ ଦାଶ, ନିଶାକର ଦାସ, ପ୍ରମୋଦ ଦାସ, ପ୍ରଭାସ ରଞ୍ଜନ ଦାସ, ରମାକାନ୍ତ ରାୁଳ, ଶରତ ଦାଶ, ଉପେନ୍ଦ୍ର ମହାନ୍ତି, ସୁଧାଶୁଂଶେଖର ପୃଷ୍ଟି, ଅମରଜ୍ୟୋତି ସାହୁ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ  ।

Leave A Reply

Your email address will not be published.