ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ଶୈଶବ କର୍କଟ ଦିବସ 

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶୈଶବ କର୍କଟ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଶୈଶବ କର୍କଟ ରୋଗର କାରଣ ନିରାକରଣ ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହାକୁ ସମସ୍ତ ଡାକ୍ତର ମାନଙ୍କ ଗ୍ରହଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା: ବିଜୟ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାଟି ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ମାନ ଦେବା ସହ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ । ପରେ ପୂର୍ବାହ୍ନରେ ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ପରିସରରେ ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ: ବିଜୟ କୁମାର ପାଣିଗ୍ରାହୀଙ୍କ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଶୈଶବ  କର୍କଟ ରୋଗରେ ବିଭିନ୍ନ ଦିଗ ଉପରେ ଆଲୋଚନା କରି ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବା ସହ ବାହରର ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରହିବା, ନିୟମିତ ଭାବେ ପାଠପଢା ସହ ଶାରିରୀକ ବ୍ୟାୟାମ ଓ ଖେଳକୁଦ କରିବା, ଆନନ୍ଦମୟ ପରିବେଶ ମଧ୍ୟରେ ରହିବା ସହ ଶୈଶବ ଅବସ୍ଥାରେ ଚାପମୁକ୍ତ ଜୀବନ ହେଉଛି ସୁସ୍ଥ ଜୀବନ ଯାହାକି କର୍କଟ ରୋଗ ନହେବାରୁ ମୁଖ୍ୟ କାରଣ ତେଣୁ ଏ ଦିଗରେ ସଚେତନତା ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା: ରମେଶ ଚନ୍ଦ୍ର ମିଶ୍ର, କର୍କଟ ରୋଗର ଡା: ଆନନ୍ଦ ସାମନ୍ତରାୟ, ଏଡିଏମଓ ଡା: ପ୍ରଦୀପ ପାତ୍ର, ଏଡିଏମଓ ଡା: ଭି.ଲୋକନାଥ ରାଜୁ, ଏଡିଏମଓ ଡା ମହମ୍ମଦ ମୁବାରକ ଅଲ୍ଲୀ ଏବଂ ଏଡିଏମଓ ଡା:ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ କେଉଁ କେଉଁ କାରଣ ଯୋଗୁଁ ପ୍ରାୟତଃ ଶୈଶବରେ କର୍କଟ ରୋଗ ହୋଇଥାଏ ଏବଂ କି କି ପ୍ରକାର କର୍କଟ ରୋଗ ଏହା ବୟସ୍କ ମାନଙ୍କ କର୍କଟ ରୋଗ ଠାରୁ କିପରି ଭିନ୍ନ, ଏଥିରୁ ଦୁରେଇ ରଖିବା ପାଇଁ ତମାଖୁ ସେବନ କରୁଥିବା ବାପା ଓ ଅନ୍ୟାନ୍ୟ ମାନଙ୍କ ଦ୍ୱାରା କିଭଳି ଶିଶୁ ମାନଙ୍କୁ ପ୍ରଭାବିତ କରିଥାଏ ଏବଂ ଶୈଶବରେ କର୍କଟ ରୋଗ ମୁକ୍ତ ପାଇ ବାପାମାଙ୍କ ଭୁମିକା ଉପରେ କହିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ନେତ୍ରାନନ୍ଦ ଶତପଥú, ଗୁରୁ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.