ଝଙ୍କଡ଼ ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ ୧୭ରେ  

0

ତିର୍ତ୍ତୋଲ(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶାରଳାରୋଡ଼ ସ୍ଥିତ ଝଙ୍କଡ଼ ସାହିତ୍ୟ ସଂସଦ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଝଙ୍କଡ଼ଶ୍ରୀ କାଳି ପ୍ରସନ୍ନ ପରିଜା ସଭାପତିତ୍ୱ କରିଥିବାବେଳେ ଆସନ୍ତା ୧୭ ତାରିଖ ଏହି ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ ଶୁଦ୍ରମୁନି ସାରଳାଦାସ ସାଧନା ପୀଠ ପରିସରରେ ଝଙ୍କଡ଼ ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯିବାପାଇଁ ସବସମତିକ୍ରମେ ନିଷ୍ପତି ନିଆଯିବା ସହିତ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର “ଝଙ୍କଡ଼” ଉନ୍ମୋଚନ କରାଯିବ । ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, କବି, ଲେଖକ, ଲେଖିକା, କବୟତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାପାଇଁ ସ୍ଥିର କରାଯାଇଛି। ବୈଠକରେ ଶିକ୍ଷାବିତ୍ ଗୋଲୋକ ବିହାରି ପଲାଇ, ବାସବ କୁମାର ନନ୍ଦ, ପରମାନନ୍ଦ ମିଶ୍ର, ରାଜଶ୍ରୀ ସ୍ୱାଇଁ, ଆରତୀ ତ୍ରିପାଠୀ,  ଦିଗମ୍ବର ରାଉତ, ଝୁଲରାମ ଦାସ, ଚୌଧୁରୀ ରାଧା ମୋହନ ପରିଜା, ପ୍ରଶାନ୍ତ କୁମାର ଦାସ, ଡ଼. ବିଷ୍ଣୁପ୍ରିୟା ଦାସ, ସୁରେଶ ଚନ୍ଦ୍ର ମହାନ୍ତି, ନିତ୍ୟାନନ୍ଦ ନାୟକ, ବସନ୍ତ ମଞ୍ଜରୀ ଦାସ, ଦେବେନ୍ଦ୍ର କୁମାର କରଙ୍କ ସମେତ ସଂସଦର କର୍ମକର୍ତ୍ତାମାନେ ବୈଠକରେ ଯୋଗଦେଇଥିଲେ  ।

 

Leave A Reply

Your email address will not be published.