ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ବନ୍ଧୁମିଳନ।

3

କେନ୍ଦୁଝର,ତା୧୫/୧- କେନ୍ଦୁଝର ଜିଲ୍ଲାର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ମାନଙ୍କର ବନ୍ଧୁମିଳନ ଚଳିତ ମାସ ୧୧ ତାରିଖରେ ସାହାରପଡ଼ା ନିକଟସ୍ଥ ପୁରୁଣିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ଶିକ୍ଷକ କ୍ଷେତ୍ରବାସୀ ମହାନ୍ତ ଓ ଗୌରହରି ମହାନ୍ତଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କ୍ରୀଡ଼ା ନିରୀକ୍ଷକ ହଳଧର ମହାନ୍ତ ଏବଂ ଅଫିସ୍ ସହାୟକ ଈଶ୍ଵର ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ବରିଷ୍ଠ କ୍ରୀଡା ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ଅକ୍ଷୟ ରାୟ, ଜୟକୃଷ୍ଣ ଗିରି, ଡମ୍ବରୁ ମହାନ୍ତ, ଗୋପବନ୍ଧୁ ମହାନ୍ତଙ୍କ ସମେତ ୩୦ ଜଣ ବରିଷ୍ଠ କ୍ରୀଡ଼ା ଶିକ୍ଷକ ଯୋଗ ଦେଇଥିଲେ। ଆଗାମୀ ଦିନରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ମାନଙ୍କ ଜିଲ୍ଲା ସ୍ତରୀୟ ସଂଗଠନ ଗଢି ଖେଳର ପ୍ରଚାର ପ୍ରସାର ସହିତ ନିଜ ସମସ୍ୟାର ସମାଧାନ ଲାଗି ପ୍ରୟାସ କରିବାକୁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ବନ୍ଧୁମିଳନ ଖୁବ୍ ସୁନ୍ଦର ଭାବେ ଆୟୋଜିତ ହୋଇଥିବାରୁ ସମସ୍ତେ ଖୁସି ହୋଇଥିଲେ ।

Leave A Reply

Your email address will not be published.