ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ସାହିତ୍ୟ, କଳା ଓ ସଂସ୍କୃତିକ ଜଗତ ପାଇଁ ଏକ ଐତିହାସିକ ଦିନ ଭାବେ ଖଗେଶ୍ୱର ସାହିତ୍ୟ କଳାପରିଷଦ ଭବନର ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ବିଜେପୁର ଅଗ୍ନିଶମ ବିଭାଗ ପାଖରେ ନିର୍ମାଣ ହେବାକୁ ଥିବା ଏହି ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ।ବିଜେପୁର ଅଞ୍ଚଳର ଅଗ୍ରଣୀ ସାହିତ୍ୟ–ସଂସ୍କୃତିକ ଅନୁଷ୍ଠାନ ଭାବେ ପରିଚିତ ଖଗେଶ୍ୱର ସାହିତ୍ୟ କଳାପରିଷଦ ଦୀର୍ଘ ଦିନ ଧରି ଏକ ସ୍ଥାୟୀ ଭବନର ଆବଶ୍ୟକତା ଅନୁଭବ କରୁଥିଲା। ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ବିଧାୟକଙ୍କ ପଦକ୍ଷେପକୁ ସ୍ଥାନୀୟ ସାହିତ୍ୟିକ, କଳାକାର ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି। ଏହି ଭବନ ନିର୍ମାଣ ପାଇଁ ବିଧାୟକଙ୍କ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ଜଣାପଡ଼ିଛି।ଶିଳାନ୍ୟାସ ଅବସରରେ ସଭାପତି ଶ୍ରୀ ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସାମାଜିକ କର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ, ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ଉପସଭାପତି ହୃଦମଣି ସାହୁ, ମହେଶ ଦେବତା, ବିସିକେଶନ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତେ ନିଜ ନିଜ ବକ୍ତବ୍ୟରେ ଏହି ଭବନକୁ ବିଜେପୁର ଅଞ୍ଚଳର ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଭାବେ ଗଢ଼ି ତୋଳିବାର ଆହ୍ୱାନ ଦେଇଥିଲେ।ସହ ସଂପାଦକ ମକରଧ୍ୱଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଷମା ଭୋଇ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ରଙ୍ଗରେ ରଙ୍ଗିତ କରିଥିଲେ। ବିଧାୟକ ଶ୍ରୀ ଗଡ଼ତୀୟା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସାହିତ୍ୟ ଓ କଳା ହେଉଛି ସମାଜର ଆତ୍ମା, ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ଏପରି ପ୍ରୟାସ ଅତ୍ୟାବଶ୍ୟକ। ଆଗାମୀ ଦିନରେ ସାହିତ୍ୟପ୍ରାଣ ଖଗେଶ୍ୱର ଶେଠଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଘୋଷଣା କରିଥିଲେ।ସଭାକୁ ସଂପାଦକ ଶ୍ରୀ ରାଜେଶ୍ୱର ବେହେରା ସୁଚାରୁ ଭାବେ ସଂଯୋଜନା କରିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ଅଞ୍ଚଳର ସ୍ବାଭିମାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି, ସାହିତ୍ୟପ୍ରାଣ ଖଗେଶ୍ୱର ଶେଠ ଓ ବିଶିଷ୍ଟ କଳାକାର ତୁଳସୀ ପ୍ରସାଦ ଗଡ଼ତୀୟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା।ସାବିତ୍ରୀ ମେହେର, ଅଧ୍ୟାପିକା ରଶ୍ମି ରେଖା ବାରିକ, ଦେବାଶିଷ ମେହେର, ଈଶ୍ୱର ମେହେର, ଯୁଗେଶ୍ୱର ତାଣ୍ଡି, ନୀଳମଣି ମେହେର, ସରୋଜ ପୁରୋହିତ, ଦୁର୍ବାଦଳ ବଡଗୋଛିଆ, ପ୍ରଭାତ ରଞ୍ଜନ ସାହୁ, ଚିନ୍ତାମଣି ସାହୁ ପ୍ରମୁଖ ପରିଷଦର ସଦସ୍ୟ–ସଦସ୍ୟା ସହ ବହୁ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post