ବଂଶଧାରା ସାହିତ୍ୟ ସମାଜ ଗୁଣପୁର ପକ୍ଷରୁ ମକର ମିଳନ

1

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ବଂଶଧାରା ସାହିତ୍ୟ ସମାଜ ଗୁଣପୁର ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ଅବସରରେ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ସେନାପତି ଜୟନ୍ତୀ ପାଳନ କରାଯାଇଥିଲା, ସାହିତ୍ୟ ସମାଜ ର କବି ଅଶ୍ୱିନୀ ତ୍ରିପାଠୀ ସ୍ୱାଗତ୍ ଅଭିଭାଷଣ ପ୍ରଦାନ କରିଥିଲେ ସଭାପତି ଶ୍ରୀ କୁମାର ପ୍ରଭାତ ଶତପଥୀ ସଭାପତିତ୍ବ କରିଥିଲେ, ବରିଷ୍ଠ ସାହିତ୍ୟିକ ଶ୍ରୀ ସିମାଞ୍ଚଳ କର ବ୍ୟାସ କବି ଙ୍କ ଜୀବନ କାହାଣୀ ସମ୍ପର୍କରେ ଆଲୋକ ପାତ କରିଥିଲେ ତାପରେ ବରିଷ୍ଠ ସାହିତ୍ୟିକ ଶ୍ରୀ ପ୍ରତାପ କେଶରୀ ରାୟ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଫକୀର ମୋହନ ଅବଦାନ କଣ ସେ ସମ୍ପର୍କରେ ଆଲୋଚନା କରିଥିଲେ ତା ପରେ ସଭାପତି ମଧ୍ୟ ମକର ସଂକ୍ରାନ୍ତି ଦିବସର ଗୁରୁତ୍ଵ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ,ଏହି ସଭାରେ ବିଜୟ କୁମାର ପାଢୀ, ନରସିଂହ ଶତପଥୀ, ରମେଶ ମିଶ୍ର, ଅଶ୍ୱିନୀ ତ୍ରିପାଠୀ, ଦୁର୍ଗା ଶତପଥୀ, ଦୂର୍ଗା ପାଣିଗ୍ରାହୀ ,ସୋମନାଥ ଗୌଡ଼ ,ଶେଷ ସାୟୀ ସେନାପତି,କୈଳାଶ ଦାଶ , ଉମା ଦାଶ କବି ବନ୍ଧୁ ମାନେ ଭାଷା ଓ ସାହିତ୍ୟ କ୍ଷେତ୍ରରେ ନିଜ ନିଜ ମତ ପ୍ରକାଶ କରିଥିଲେ ଏହି ଆଲୋଚନ ଚକ୍ରରେ ପ୍ରାୟ କୋଡିଏ ରୁ ଅଧତ୍କ କବି, ଲେଖକ ଓ ସାହିତ୍ୟିକ ମାନେ ଉପସ୍ଥିତ ଥିଲେ, ପରିଶେଷରେ ସାହିତ୍ୟ ସମାଜ ର କବି ଶ୍ରୀ ଦୁର୍ଗା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.