ଭୁବନେଶ୍ୱର : ସ୍ଵରାଷ୍ଟ୍ର ବିଭାଗର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଏହାର ବାର୍ଷିକ କ୍ରୀଡା ମହୋତ୍ସବ ଆନୁଷ୍ଠାନିକ ଭାବେ କଳିଙ୍ଗ ଷ୍ଟାଡିୟମ୍ ଠାରେ ତା ୧୦.୦୧.୨୦୨୬ ରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଉଦ୍ଦିଷ୍ଟ ଜର୍ସିକୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କିଶନ ଶର୍ମା, ଅତିରିକ୍ତ ଶାସନ ସଚିବ ଶ୍ରୀ ସୌମେନ୍ଦ୍ର ପାତ୍ର, ଯୁଗ୍ମ ସଚିବ ଶ୍ରୀମତୀ ମିନାକ୍ଷୀ ବେହେରା ଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତି ରେ ଉନ୍ମୋଚନ କରାଯାଇଥିଲା।
ଏହି କ୍ରୀଡା ମହୋତ୍ସବ ରେ ପ୍ରାୟ ୧୫୦ ରୁ ଅଧିକ ପୁରୁଷ ଓ ମହିଳା ଅଧିକାରୀ ୪୦୦ ମିଟର ରେସ, ଲଂଗ ଜମ୍ପ, ଜାଭଲିନ, ସଟପୁଟ, ଡିସ୍କସ ସମେତ ୯ ଟି ଇଭେଣ୍ଟର ଉଭୟ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିଲେ।
ଏହି କ୍ରୀଡ଼ା ମହୋତ୍ସବ, ବିଭାଗର କର୍ମଚାରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ମାନସିକତା ବୃଦ୍ଧି ସହିତ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରକ୍ଷା ଉଦ୍ଦେଶ୍ୟରେ କରାଯାଇଥିଲା।
ଏହି ବାର୍ଷିକ କ୍ରୀଡା ମହୋତ୍ସବ ର ସମାପନ ଉତ୍ସବରେ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ କ୍ରୀଡା ଏବଂ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ବାଇଁ ମେଡାଲ ଏବଂ ସାର୍ଟିଫିକେଟ ପ୍ରଦାନ କରି ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.