(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): -ସ୍ଥାନୀୟ ପୁରୁଣା ଗୁଣପୁର ବିଦ୍ଯାନିକେତନ ତୋଟାରେ ଗୁଣପୁର ବ୍ରାହ୍ମଣ ସମାଜ ର ବାର୍ଷିକ ନଗର ସମ୍ମିଳନୀ ରେ ମକର ମିଳନ କାର୍ଯ୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଶାନ୍ତ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ବଶାନ୍ତି ଜଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଆଜି
ସମାଜର ସାଙ୍ଗଠନିକ ଓ ସେବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ନିକଟରେ ଆକଷ୍ମିକ ବିୟୋଗ ଘଟିଥିବା ଜଗା ମିଶ୍ର ଙ୍କ ସମେତ ଅନ୍ଯ ଦିବଙ୍ଗତ ମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ କାର୍ଯ୍ଯକାରୀ ସଭାପତି ଦୁର୍ଗା ପ୍ରଶାଦ ପାଣିଗ୍ରାହୀ, ସମ୍ପାଦକ ମହେଶ ପାଳ, ସିମାଞ୍ଚଳ କର, କୈଳାସ ଦାସ, ଗୌରୀ ତ୍ରିପାଠୀ, ନୃସିଂନାଥ ଶତପଥି, ଲୋକନାଥ ପାଢି, ଶହଦେବ ରଥ, ସୂର୍ଯ୍ୟ ରଥ, ଗୌରୀ ଶଙ୍କର ମିଶ୍ର, ପବିତ୍ର ସାହୁ, ଦିଲିପ ରାଜଗୁରୁ, ରାମ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଡଃ ପ୍ରଶାନ୍ତ କୁମାର ହୋତା ସଂଯୋଜନା କରିଥିବା ବେଳେ ଉମା ଦାସ ଉଦେଶ୍ୟ ଜ୍ଞାପନ କରିଥିଲେ। ରଂଜିତ ପାଢି ଆସନ୍ତା ବର୍ଷର ସମ୍ମିଳନୀ ତାରିଖ ମକର ସଂକ୍ରାନ୍ତି ବଦଳରେ ଜାନୁଆରୀ ପ୍ରଥମ ରବିବାର କରିବାକୁ ପ୍ରସ୍ତାବ ରଖିଥିଲେ।
ଏହି ସମ୍ମିଳନୀରେ ଅନ୍ଯ ମାନଙ୍କ ମଧ୍ୟରେ ନାରି ସଙ୍ଗଟନ ର ଚାରୁବାଳା ଶତପଥି, ଶଷ୍ମିତା ମିଶ୍ର, ନନ୍ଦିନୀ ପଣ୍ଡା, ଜଷ୍ମୀନ ମହାପାତ୍ର ଙ୍କ ସମେତ ତିରୁପତି ରଥ, ତିରୁପତି ମହାନ୍ତି, କୃଷ୍ଣ ପ୍ରଶାଦ ମିଶ୍ର, ପଞ୍ଚା ପଣ୍ଡା, ଦୁର୍ଗା ପାଣିଗ୍ରାହୀ, ଶ୍ରୀନିବାସ ଖାଡାଙ୍ଗା, ସଦାନନ୍ଦ ପଣ୍ଡା, ତିରୁପତି ପଣ୍ଡା, ରାମ ପଣ୍ଡା, ଅନିଲ ଶତପଥି ପ୍ରମୁଖ ବହୁ ବ୍ଯକ୍ତି ଙ୍କ ସହଯୋଗ କ୍ରମେ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post